Unknown

ସଂଗୀତକୌମୁଦୀ

ନୀଳମାଧବ ପାଣିଗ୍ରାହୀ

 

ବିଷୟ ସୂଚୀ

ପାଦଃ ବିଷୟଃ

୧। ସ୍ୱରନିରୂପଣଃ

୨। ରାଗନିରୂପଣଃ

୩। ତାଳସ୍ୱରୂପନିରୂପଣଃ

୪। ତାଳ ନିରୂପଣଃ

୫। ବନ୍ଧନିରୂପଣଃ

୬। ଗ୍ରହାଦିନିରୂପଣଃ

୭। କ୍ଷୁଦ୍ରଗୀତନିରୂପଣଃ

୮। ନୃତ୍ୟନିରୂପଣଃ

 

ସଂଗୀତ କୌମୁଦୀଗ୍ରନ୍ଥ-ପ୍ରବେଶିକା

ସଂଗୀତ କୌମୁଦୀର ଏଇ ଗ୍ରନ୍ଥ ପ୍ରବେଶିକା ଲେଖିବାକୁ ସଂକଳ୍ପ କଲାବେଳେ କେଜାଣେ କାହିଁକି ଆମ ଭାରତର ପ୍ରଖ୍ୟାତ୍‌ ଓ ପ୍ରକାଣ୍ଡ ସଂଗୀତଗ୍ରନ୍ଥ ‘ସଂଗୀତ ରତ୍ନାକର’ ଓ ତତ୍‌ ପ୍ରଣେତା ଶାର୍ଙ୍ଗଦେବଙ୍କ କଥା ମନେପଡ଼ିଲା। ଶାର୍ଙ୍ଗଦେବଙ୍କ ଏକ ବିରାଟ କାଳ୍ପନିକ ବ୍ୟକ୍ତିତ୍ୱ ଏବଂ ତାଙ୍କ ଗ୍ରନ୍ଥର ବିରାଟ୍‌ ବିସ୍ତୃତି ତଥା ବୈଭବର ଛବି ମୋର ମନୋମୁକୁରରେ ପ୍ରତିଫଳିତ ହେଲା। ତଦ୍ଦ୍ୱାରା ମୋର ଯେଉଁ ମାନସିକ କ୍ରିୟା ପ୍ରତିକ୍ରିୟା ଦେଖାଦେଲା ତାହା ମୋର ପ୍ରବେଶିକା ଲିଖନ ସଂକଳ୍ପକୁ ଟିକିଏ ଦୋହଲାଇ ଦେଲା ଓ ମୁଁ ଏକ ପ୍ରକାର ନିରୁତ୍ସାହର କବଳିତ ହେଲି। ତାହାର କାରଣଟି ଏଠାରେ ବ୍ୟକ୍ତ ନ କଲେ ସୁଦ୍ଧା ଏ ପ୍ରବେଶିକାରେ ମୁଁ ଯାହା ସବୁ ମନ୍ତବ୍ୟଦାନ ନକରି ରହିପାରିଲି ନାହିଁ ତହିଁରୁ ଜଣା ପଡ଼ିବ।

 

ଖ୍ରୀ: ୧୩ଶ ଶତାବ୍ଦୀର ପ୍ରାୟ ମଧ୍ୟବର୍ତ୍ତୀ କୌଣସି ଅବ୍ଦରେ ଦାକ୍ଷିଣାତ୍ୟର ସେକାଳର ଦେବଗିରି ରାଜ୍ୟର ତଦାନୀନ୍ତନ ରାଜା ସିଂହଣଙ୍କ ଶ୍ରୀକରଣାଗ୍ରଣୀ ରୂପେ ନିଜକୁ ନିଜ ଗ୍ରନ୍ଥରେ ପରିଚିତ କରିଥିବା ଶାର୍ଙ୍ଗଦେବ ‘ସଂଗୀତ ରତ୍ନାକର’ ନାମକଯେଉଁ ବିପୁଳକାୟ ସଂଗୀତ ଗ୍ରନ୍ଥଟି ପ୍ରଣୟନ କରିଯାଇଛନ୍ତି ତାହା ଗୀତ, ବାଦ୍ୟ ଓ ନୃତ୍ୟାଦି ବିଷୟକ ଜ୍ଞାନର ଗୋଟିଏ ଯଥାର୍ଥ ରତ୍ନାକର।ସଂଗୀତର ତତ୍ତ୍ୱ ଓ ତଥ୍ୟ ରୂପକ ରତ୍ନମାନଙ୍କରେ ତାହା ଭରପୂର। ଅବଶ୍ୟ, ସମ୍ଭବତଃ ପ୍ରତିସ୍ପର୍ଦ୍ଧା ପ୍ରଣୋଦିତ ହୋଇ ସଂଗୀତ ରତ୍ନାକର ଅପେକ୍ଷା ଆହୁରି ଅଧିକ ଅସମ୍ଭାଳ କଳେବର ଗ୍ରନ୍ଥଟିଏ ଲେଖିଲେ କିବା ଲେଖାଇଲେ(୧) ମେବାରଣା କୁମ୍ଭକର୍ଣ୍ଣ ସଂଗୀତ ରତ୍ନାକର ରଚିତ ହେବାର ପ୍ରାୟ ଦୁଇଶହ ବର୍ଷ ପରେ, ଖ୍ରୀ: ୧୪୫୬ରେ ପ୍ରାୟ ଆମୂଳଚୂଳ ସେଇ ରତ୍ନାକରର ଅନୁସରଣରେ ପ୍ରଣୀତ ଉକ୍ତ ଗ୍ରନ୍ଥଟିର ନାମ‘ସଂଗୀତ ରାଜ’, ଯାହାର କେବଳ ପ୍ରଥମଖଣ୍ଡର ମୂଳମାତ୍ର ମୁଦ୍ରଣରେ ଲାଗିଚି ରୟେଲ ସାଇଜ ଛଅଶହରୁ ଅଧିକ ପୃଷ୍ଠା। ଯଦି ତା’ ସହିତ ‘ସଂଗୀତ ରାଜ’ର ବାଦ୍ୟନୃତ୍ୟରସ ରନିକୋଷଗୁଡ଼ିକ ମଧ୍ୟ ସାମିଲ କରାହୋଇ ଥାଆନ୍ତା ତେବେ ସେଇ ବିପୁଳକାୟ ବହିଟିକୁ ଉଠାଇବା କୌଣସି କ୍ଷିଣାଙ୍ଗୀ ତନ୍ତ୍ରୀଙ୍କ କଥା ତେଣିକି ଥାଉ ସ୍ୱୟଂ କୁମ୍ଭକର୍ଣ୍ଣଙ୍କ ପକ୍ଷରେ ବି ସହଜ ହୁଅନ୍ତା ନାହିଁ ଏବଂ ନୃତ୍ୟରେ ସେଭଳି ବହିଟିଏ ଉଠାଇବାର ଅଭିନୟ ପ୍ରଦର୍ଶନ ପାଇଁ ‘ଗଜଦନ୍ତ’ ହସ୍ତ ଛଡ଼ା ଆଉ କେଉଁ ମୁଦ୍ରାପ୍ରୟୋଗ ସଙ୍ଗତ ହୁଅନ୍ତା ତାହା ନୃତ୍ୟସଂଗୀତ ବିଦ୍ୱାନ୍‌ମାନେ ହିଁ ନିର୍ଣ୍ଣୟ କରି ପାରିବେ। ପୁଣି ପ୍ରୋକ୍ତ ସଂଗୀତରାଜ ପ୍ରଥମ ଖଣ୍ଡର ବିଦୁଷୀ ସଂପାଦିକା ଡ଼: ପ୍ରେମଲତା ଶର୍ମା ଗ୍ରନ୍ଥଟିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଆମୁଖ (ମୁଖବନ୍ଧ) ଗ୍ରନ୍ଥ ପ୍ରବେଶିକା, ବିଷୟସୂଚୀ, ଅନୁବନ୍ଧ, ବିଶିଷ୍ଟ ପଦାନୁକ୍ରମଣୀ ପ୍ରଭୃତି ସନ୍ନିବିଷ୍ଟ କରିଛନ୍ତି, ଯେଉଁ ସବୁ ଆହୁରି ପ୍ରାୟ ଚାରିଶହ ପୃଷ୍ଠା ମାଡ଼ିଚି ଏବଂ ଏଇ ସବୁ ସହିତ ମୂଳ ପାଠକୁ ମିଶାଇ ଦେଲେ ସଂଗୀତରାଜ ପ୍ରଥମ ଖଣ୍ଡ ହିଁ ମୋଟ୍‌ ପ୍ରାୟ ହଜାରେ ରାଜକୀୟ ପୃଷ୍ଠାର ମୋଟା ବହିଟିଏ।

 

ତେବେ ସଂଗୀତରାଜ ଗ୍ରନ୍ଥଟିକୁ ସସମ୍ମାନ ଏଡ଼ାଇ ଦେଇ ଆମେ ପୁଣି ଥରେ ‘ସଂଗୀତ ରତ୍ନାକର’ର ଅବଗାହୀ ହେବା। ଏହି ଗ୍ରନ୍ଥର ପ୍ରଥମ ସ୍ୱରଗତାଧ୍ୟାୟର ପ୍ରଥମ ପଦାର୍ଥ ସଂଗ୍ରହ ନାମକ ପ୍ରକରଣରେ ମଙ୍ଗଳାଚରଣ, ଗ୍ରନ୍ଥକର୍ତ୍ତାଙ୍କ ବଂଶପରିଚୟ ତଥା ସ୍ୱବିଦ୍‌ବତ୍ତା ପ୍ରଖ୍ୟାପନ, ପ୍ରାଚୀନ ଓ ପୂର୍ବଜ ଗ୍ରନ୍ଥକାରମାନଙ୍କ ନାମୋଲ୍ଲେଖ, ସଂଗୀତ ଲକ୍ଷଣ, ସଂଗୀତର ଦ୍ୱୈବିଧତ୍ୱ, ଗୀତର ଉତ୍ପତ୍ତି, ପ୍ରୟୋଜନ ତଥା ପ୍ରଶଂସା ଏବଂ ପଦାର୍ଥ ସଂଗ୍ରହ ଅର୍ଥାତ୍‌ ସମଗ୍ର ଗ୍ରନ୍ଥରେ ସନ୍ନିବିଷ୍ଟ ପଦମାନଙ୍କର ସଂକ୍ଷିପ୍ତ ଅର୍ଥସୂଚୀ ଦେବାରେ ମୋଟ୍‌ ୪୮ଟି ଶ୍ଳୋକ, ଦେଖିବାକୁ ମିଳେ।ପୁଣି, ନରନାରୀଙ୍କ କଣ୍ଠରୁ ହିଁ ଗୀତର ଉତ୍ପତ୍ତି ହେଉଥିବାରୁ ଗର୍ଭାଧାନଠାରୁ ଆରମ୍ଭ କରି ନର ଜନ୍ମ, ନର ଦେହର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ ଦେହଯନ୍ତ୍ରର କ୍ରିୟା ପ୍ରଭୃତିର ଆଲୋଚନା ରହିଚି ମୋଟ୍‌ ୧୬୭ ଗୋଟି ଶ୍ଳୋକରେ। ଏହି ସପ୍ତାଧ୍ୟାୟୀ ସଂଗୀତ ଗ୍ରନ୍ଥର ବିପୁଳତା ହୃଦୟଙ୍ଗମ କରାଇବା ନିମନ୍ତେଏତିକି କହିଲେ ଚଳିବ ଯେ ଏହାର ସପ୍ତମ ନୃତ୍ୟାଧ୍ୟାୟ ଗୋଟିକରେ ହିଁ ଏକହଜାର ଛଅଶହ ଅଠସ୍ତରି ଗୋଟି ଶ୍ଳୋକର ଐଶ୍ୱର୍ଯ୍ୟଶାଳୀ ସମାବେଶ।

 

ଏହିପରି ଏକ ପ୍ରକାଣ୍ଡ ଗ୍ରନ୍ଥକୁ ମାନସିକ ପୃଷ୍ଠଭୂମିରେ ଥୋଇ ଆମର ସଂପାଦ୍ୟମାନ ସଂଗୀତ କୌମୁଦୀ ଗ୍ରନ୍ଥଟିକୁ ନିରୀକ୍ଷା କଲେ ଦେଖାଯାଏ ଯେ ସଂଗୀତ ରତ୍ନାକର ସପ୍ତାଧ୍ୟୟୀ ହୋଇଥିବାରୁ ସ୍ଥଳେ ସଂଗୀତକୌମୁଦୀ ଅଷ୍ଟାଧ୍ୟୟୀ। ତେଣୁ ଆମେ ହୁଏତ, ଗୌରବ ଗର୍ବିତ ହେବାକୁ ଆରମ୍ଭ କରିବା; କାରଣ, ଅନ୍ତତଃ ଅଧ୍ୟାୟ ସଂଖ୍ୟାରେ କୌମୁଦୀ ରତ୍ନାକର ବ୍ୟାପ୍ତିକୁ ଟପି ପାରିଚି। ଉକ୍ତ ଆଠୋଟି

 

(୧) ‘ସଂଗୀତରାଜ’ର ପ୍ରଣେତା ବୋଲି କୁମ୍ଭକର୍ଣ୍ଣ ରାଣୀଙ୍କ ନାମଟି ପ୍ରଚାରିତ ହୋଇଥିଲେ ହେଁ ଗ୍ରନ୍ଥ ପ୍ରଣୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପଣ୍ଡିତ ଜଣକ ଯେ ‘ଏକଲିଙ୍ଗ ମାହାତ୍ମ୍ୟ’ ପ୍ରଣେତା ଜହ୍ନ ବ୍ୟାସ ସେକଥା ସାଂପ୍ରତିକ ଗବେଷଣାରୁ ଜଣା ପଡ଼ିଚି।ଅର୍ଥ ପାଇଁ ରାଣା କୁମ୍ଭକର୍ଣ୍ଣଙ୍କଠାରେ ନିଜର ପାଣ୍ଡିତ୍ୟ ବିକ୍ରୟ କରିଥିବାରୁ ଓ ନିଜର ଯଶୋଲିପ୍ସାକୁ ରାଜକୀୟ ଯଶୋଲିପ୍ସାର ଅନଳକୁଣ୍ଡରେ ପକାଇ ଶେଷକରି ଦେଇଥିବାରୁ କହ୍ନବ୍ୟାସ ଆତ୍ମଜୁଗୁପ୍ଦାରେ ନିଜନାମଆଗରେ ‘ଅର୍ଥଦାସ’ ପରି ଏକ ନିନ୍ଦାବାଚକ ବିଶେଷଣ ଯୋଗ କରିଛନ୍ତି ତାଙ୍କର ଏକଲିଙ୍ଗ ମହାତ୍ମ୍ୟର ଭଣିତରେ (ଦ୍ରଷ୍ଟବ୍ୟ: ସଂଗୀତରାଜ- ଗ୍ରନ୍ଥପ୍ରବେଶ- ପୃ.: ୬୦)।

ଅଧ୍ୟାୟର ନାମହେଉଚି, ଯଥାକ୍ରମେ:

(୧) ସ୍ୱରନିରୂପଣ

(୨) ରାଗ ନିରୂପଣ

(୩) ତାଳସ୍ୱରୂପ ନିରୂପଣ

(୪) ତାଳ ନିରୂପଣ

(୫) ବନ୍ଧନିରୂପଣ

(୬) ଗ୍ରହାଦିନିରୂପଣ

(୭) କ୍ଷୁଦ୍ରଗୀତନିରୂପଣ ଏବଂ

(୮) ନୃତ୍ୟନିରୂପଣ।

 

ଅଧ୍ୟାୟମାନଙ୍କ ଏଇ ସବୁ ନାମରୁ ମନେ ହୋଇପାରେ ଯେ କୌମୁଦୀ ଗ୍ରନ୍ଥକାର ଗୀତ ନୃତ୍ୟସଂପର୍କରେ ଆଲୋକପାତ କରିବା ଦିଗରେ ଆଉ କିଛି ବାକି ରଖି ନାହାନ୍ତି ଏବଂ ତାଙ୍କ ଅଷ୍ଟାଧ୍ୟୟୀ ଗ୍ରନ୍ଥଟି ନିଶ୍ଚୟ ସଂଗୀତ ରତ୍ନାକର ପରି ଗୋଟିଏ ବିରାଟ୍‌ ତଥା ଉପାଦେୟ ଗ୍ରନ୍ଥ ହୋଇଥିବ।

 

ଅଧିକନ୍ତୁ, ନିଜଗ୍ରନ୍ଥର ଉପାଦେୟତା ଉପସ୍ଥାପିତ କରିବାକୁ ଯାଇ ଉପସଂହାରରେ ଗ୍ରନ୍ଥକାର କହିଛନ୍ତି,

ସଂଗୀତକୌମୁଦୀ ଚେୟମଜ୍ଞାନତିମିରାନ୍ତକୃତ୍‌।

ସଂଗୀତବିଦ୍ୟାକୁମୁଦମୋଦିନୀ କଂ ନ ମୋଦୟେତ୍‌।

 

ଅର୍ଥାତ୍‌ (ମୋର ଏ) ସଂଗୀତକୌମୁଦୀ ଗ୍ରନ୍ଥଟି ଅଜ୍ଞାନରୂପକ ଅନ୍ଧାର ନାଶ କରେ ଏବଂ ଯେଉଁ ସଂଗୀତ ଦିଗ୍‌ଗଜମାନଙ୍କୁ ମଧ୍ୟ (ସ୍ୱକୀୟ ଚିତ୍ତରଂଜକ ସ୍ୱର ମାଧୁର୍ଯ୍ୟରେ) ଆହ୍ଲାଦିତ କରିପାରେ ଅଥବା ଚିତ୍ତରଂଜନ କରିବାରେ ଯାହା କୁମୁଦ (କଇଁଫୁଲ)କୁ ଆହ୍ଲାଦିତ କରୁଥିବା ଚନ୍ଦ୍ରିକାତୁଲ୍ୟ (ତିମିରନାଶକ ସ୍ନିU, ଶାନ୍ତ ଓ ପ୍ରଫୁଲ୍ଲକାରୀ) ସେଇ ସଂଗୀତ ବିଦ୍ୟା ସମସ୍ତଙ୍କୁ ଆହ୍ଲାଦିତ କରେ।

 

ମାତ୍ର ବାସ୍ତବଦୃଷ୍ଟିରୁ ‘ସଂଗୀତକୌମୁଦୀ’ଟି ସଂଗୀତ ରତ୍ନାକର ତୁଳନାରେ ଏକ ଅତ୍ୟନ୍ତ କ୍ଷୁଦ୍ର ତଥା ହେୟ ରଚନା। ଅଷ୍ଟାଧ୍ୟାୟୀ ହୋଇଥିଲେହେଁ ଏହାର ଅଧ୍ୟାୟ ଗୁଡ଼ିକ କ୍ଷୁଦ୍ର ଏବଂ ଗ୍ରନ୍ଥଟିରେ ଥିବା ମୋଟ ଶ୍ଳୋକ ସଂଖ୍ୟା ହେଉଚି ୧୪୯, ପ୍ରଥମ ଅଧ୍ୟାୟରେ ୧୬, ଦ୍ୱିତୀୟରେ ୩୪, ତୃତୀୟରେ ୧୦, ଚତୁର୍ଥରେ ୧୧, ପଞ୍ଚମରେ ୧୨, ଷଷ୍ଠରେ ୮, ସପ୍ତମରେ ୩୫ ଏବଂ ଅଷ୍ଟମରେ ତେଇଶ। ଅଧ୍ୟାୟକୁ ଗ୍ରନ୍ଥକାର ‘ପାଦ’ ବୋଲି ଆଖ୍ୟା ଦେଇଛନ୍ତି କାହିଁକି କେଜାଣି। କୌମୁଦୀ ରଚନାର ଉଦ୍ଦେଶ୍ୟ ସଂପର୍କରେ ଗ୍ରନ୍ଥରେ ଲେଖିଛନ୍ତି,

ସୁଧିୟାଂ ପରିତୋଷାୟ ବୋଧାୟାଳ୍ପଧିୟାଂ ତଥା।

ସ୍ୱରାଦୀନାଂ ଲକ୍ଷଣଞ୍ଚ ସଂକ୍ଷେପେଣ ମୟୋଦିତମ୍‌ ୨୨

(ସଂ.: କୌ.: ୭ମ ପାଦ ବା ଅଧ୍ୟାୟ)

 

“ଅଳ୍ପଧୀମାନଙ୍କର ବୋଧ ନିମନ୍ତେ ମୁଁ ସ୍ୱରାଦିର ଲକ୍ଷଣ ସଂକ୍ଷେପରେ ଲେଖିଛି”- ଏତକ ଯଦି ଗ୍ରନ୍ଥକାର ଲେଖି ଥାଆନ୍ତେ ତେବେ ତାଙ୍କ ଉକ୍ତିର ବିଶେଷ ପ୍ରତିବାଦ କରିବା ଦରକାର ହୁଅନ୍ତା ନାହିଁ। ଏତକ ଯଦି ତାଙ୍କ ଉଦ୍ଦେଶ୍ୟ ଥିଲା ତେବେ ତା’ ସହିତ ‘ସୁଧିୟାଂ ପରିତୋଷାୟ’ ଅର୍ଥାତ୍‌ ସୁଧୀବୃନ୍ଦଙ୍କ ସନ୍ତୋଷ ନିମନ୍ତେ ମଧ୍ୟ ଗ୍ରନ୍ଥ ରଚନା କରିଥିବା କଥାଟି ନ କହିଥିଲେ ଶୋଭନୀୟ ହୋଇଥାଆନ୍ତା; କାରଣ, ସୁଧୀମାନଙ୍କ ପରିତୋଷ ନିମନ୍ତେ ଗ୍ରନ୍ଥଟିରେ ସେପରି କିଛି ନାହିଁ। ପୁଣି, ସ୍ୱରାଦିର ‘ଲକ୍ଷଣ’ ସଂକ୍ଷେପରେ ମୁଁ କହିଛି ବୋଲି ଗ୍ରନ୍ଥକାର ଯାହା କହିଛନ୍ତି ତାହା ମଧ୍ୟ ସତ୍ୟର ଦୟନୀୟ ଅପଳାପ। କାରଣ,

ସପ୍ତସ୍ୱରାସ୍ତ୍ରୟୋ ଗ୍ରାମା ମୂର୍ଚ୍ଛାନାସ୍ତ୍ୱେକବିଂଶତିଃ।

ଦ୍ୱାର୍ବିଂଶତିସ୍ତୁ ଶ୍ରୁତୟସ୍ତାନଃ ପଞ୍ଚାଶଦୂନକାଃ

ଷଡ଼୍‌ଜୋ ରଷଭଗାନ୍ଧରୌ ମଧ୍ୟମଃ ପଞ୍ଚମସ୍ତଥା।

ଧୈବତଶ୍ଚ ନିଷାଦଶ୍ଚ ସ୍ୱରାଃ ସପ୍ତ ପ୍ରକୀର୍ତ୍ତିତଃ ୧୦

ତାରୋ ମନ୍ଦ୍ରୋ ଘୋରତଶ୍ଚ ତେଷାଂ ବୃତ୍ତୟସ୍ତିସ୍ତ୍ରଃ।

ଗ୍ରାମୈସ୍ତ୍ରିଭିରପି ମିଳିତଃ ଶ୍ରୁତିଲଳିତାସ୍ତାରମଂଦ୍ରଗଂଭୀରଃ ୧୨

(ସଂ:କୌ.:-୧ମ ପାଦ)

 

ଏତକ କୁହାହେଲା ପରେ ତହିଁରେ ଲେଖା ହୋଇଛି:

ଶ୍ରୁତିରାହ

ନାନ୍ଦୀ ବିଶାଳୀ ସୁମୁଖୀ. . . .. . ମଧୁକର୍ୟପି।

ଇତି ସ୍ୱରାଣାଂ ଶ୍ରୁତୟୋ ଦ୍ୱାବିଂଶତିରୁଦୀରିତଃ

(ସଂ:କ: ୧ମ ପାଦ ୧୩ଶ ରୁ ୧୬ ଶ୍ଳୋକ ଶେଷ ଯାଏ)

 

ଏତକରେ ସଂଗୀତ କୌମୁଦୀର ‘ସ୍ୱର ନିରୂପଣ’ ଅଧ୍ୟାୟଟି ଶେଷ ହୋଇଛି ଏବଂ ଏଇ ସବୁ ଉକ୍ତିକୁ ଗ୍ରନ୍ଥକାର ‘ଲକ୍ଷଣ’ କହିଛନ୍ତି। ଶ୍ରୁତି କାହାକୁ କୁହାଯାଏ, ଶ୍ରୁତି ଓ ସ୍ୱର ମଧ୍ୟରେ ସଂପର୍କ କଅଣ, ଯେଉଁ ସପ୍ତସ୍ୱରର କଥା କୁହାଗଲା ସେଗୁଡ଼ିକର ପାରସ୍ପରିକ ସଂପର୍କ କଅଣ ଅର୍ଥାତ୍‌ କେଉଁ କେଉଁ ସ୍ୱର ମଧ୍ୟରେ ସଂବାଦୀ, ଅନୁବାଦୀ ବା ବିବାଦୀ ସଂପର୍କ ଥାଏ, ଯେଉଁ ତିନିଗ୍ରାମ କଥା ଗ୍ରନ୍ଥକାର କହଛିନ୍ତି ସେଗୁଡ଼ିକର ସ୍ୱରୂପ ଓ ପାରସ୍ପରିକ ପ୍ରଭେଦ ବା ସଂପର୍କ କଅଣ, ମୂର୍ଚ୍ଛନାମାନ କିପରି ଗଠିତ ହୁଏ, ତାନ କାହାକୁ କୁହାଯାଏ, ତାନର ସଂଖ୍ୟା କାହିଁକି ଉଣଞ୍ଚାଶ ପ୍ରଭୃତି ପ୍ରାସଙ୍ଗିକ ତଥା ଅତ୍ୟାବଶ୍ୟକ ଜିଜ୍ଞାସାର କୌଣସି ସମାଧାନର ଉଦ୍ୟମ ମଧ୍ୟ କୌମୁଦୀରେ କରାଯାଇନାହିଁ। କେବଳ ଷଡ଼୍‌ଜ, ଋଷଭ, ଗାନ୍ଧାର, ମଧ୍ୟମ, ପଞ୍ଚମ, ଧୈବତ, ନିଷାଦ- ଏଇ ସାତୋଟି ସ୍ୱର, ଗ୍ରାମ ତିନି, ମୂର୍ଚ୍ଛନା ଏକୋଇଶ, ଶ୍ରୁତି ବାଇଶ, ତାନ ଊଣଞ୍ଚାଶ, ତାର, ମନ୍ଦ୍ର ଘୋର- ଏ ତିନୋଟି ଗ୍ରାମର ନାମଏ ସବୁ ଲକ୍ଷଣ ପଦବାଚ୍ୟ ନୁହେଁ। ଯଦି ଗୋଟିଏ ଶୁଆକୁ ତାଲିମ୍‌ ଦିଆଯାଏ ତେବେ ସେ ମଧ୍ୟ ଏଇଭଳି ଶ୍ଳୋକ ଆବୃତ୍ତି କରି ଦେଇ ପାରିବ ଏବଂ ସଂଗୀତରେ କୌଣସି ଜ୍ଞାନ ନ ଥିବା ଏବଂ ସଂଗୀତର ତତ୍ତ୍ୱ ଜିଜ୍ଞାସାରେ ଆଗ୍ରହ ନଥିବା ଅଳ୍ପଧୀ ବ୍ୟକ୍ତିଟିଏ ଶୁଆକୁ ଜଣେ ସଂଗୀତଜ୍ଞ ବୋଲି ସମ୍ମାନ ହୁଏତ ଦେବ; ମାତ୍ର ଏ ସବୁ ଶୁଣି ସୁଧୀଜନର କେବେହେଲେ ପରିତୋଷ ଆସିବ ନାହିଁ। ସଂଗୀତ କୌମୁଦୀ ନାମଟି ବେଶ୍‌ ଶ୍ରୁତିମଧୁର ମାତ୍ର ତାହା କୌଣସି ମତେ ଅଜ୍ଞାନତିମିର ନାଶକ ନୁହେଁ କିମ୍ବା ସୁଧୀଜନର ପରିତୋଷ ବିଧାୟକ ନୁହେଁ।

 

ଏଠାରେ ପୁଣି ଥରେ ପ୍ରୋକ୍ତ ସଂଗୀତ ରତ୍ନାକର ଗ୍ରନ୍ଥଟି ଚିନ୍ତାଚକ୍ଷୁ ଆଗକୁ ଆସୁଛି; କାରଣ, ସଂଗୀତ କୌମୁଦୀ ଗ୍ରନ୍ଥର ପ୍ରଥମ (ମଂଗଳଚରଣ) ଶ୍ଳୋକ ଏବଂ ଦ୍ୱିତୀୟ (ଉଦ୍ଦେଶ୍ୟ କଥନ) ଶ୍ଳୋକ ପରେ ସଂଗୀତ ସଂଜ୍ଞା ଓ ଉତ୍ପତ୍ତି କଥା ଗୋଟିଏ ଶ୍ଳୋକରେ ଦେଇସାରି ଗ୍ରନ୍ଥକାର ହୁଏତ ସଂଗୀତରେ ତାଙ୍କ ନିଜସଂପ୍ରଦାୟର ପ୍ରାଚୀନତା ସୂଚାଇବା ନିମନ୍ତେ ଲେଖିଛନ୍ତି

“ସଦାଶିବଃ ଶିବା ବ୍ରହ୍ମା . . . . . ପ୍ରଭୃତିରୁ ଆରମ୍ଭ ହୋଇ

 

“କ୍ଷେତ୍ରରାଜଶ୍ଚ ରାହଳଃ” ପଦରେ ଶେଷ ହୋଇଥିବା ଛଅଟି ପଦ ଓ ଶେଷରେ ଲେଖିଛନ୍ତି, ‘ଏତେ ସଂଗୀତଶାସ୍ତ୍ରସ୍ୟ ବ୍ୟାଖ୍ୟାତାରଃ ପୁରାତନଃ’।ଏହି ସଂପର୍କରେ ସଂଗୀତରତ୍ନାକର ଓ ଶାର୍ଙ୍ଗଦେବ ମନେପଡ଼ିବାର କାରଣହେଲା, ପ୍ରୋକ୍ତ ଛଅଟି ପାଦ ଠିକ୍‌ ସେଇ ଭାବରେ ତାଙ୍କ ଗ୍ରନ୍ଥରେ ଦେଇଛନ୍ତି ଶାର୍ଙ୍ଗଦେବ।ଖାଲି ସେତିକି ନୁହେଁ, ‘କ୍ଷେତ୍ର ରାଜଶ୍ଚ ରାହଳଃ’ ପରେ ଶାର୍ଙ୍ଗଦେବ ଲେଖିଛନ୍ତି।

“ରୁଦ୍ରଟୋ ନାନ୍ୟଭୂପାଲୋ ଭୋଜଭୂବଲ୍ଲଭସ୍ତଥା।

ପରମର୍ଦୀ ଚସୋମେଶୋ ଜଗଦେକମହୀପତିଃ ୧୮

ବ୍ୟାଖ୍ୟାତାରୋ ଭାରତୀୟେ ଲୋଲ୍ଲଟୋଦ୍‌ଭଟଶଙ୍କୁକାଃ।

ଭଟ୍ଟାଭିନବଗୁପ୍ତଶ୍ଚ ଶ୍ରୀମତ୍‌କୀର୍ତ୍ତିଧରଃ ପରଃ।।୧୯

ଅନ୍ୟେ ଚବହବଃ ପୂର୍ବେ ଯେ ସଂଗୀତବିଶାରଦାଃ।

ଅଗାଧବୋଧମନ୍ଥେନ ତେଷାଂ ମତପୟୋନିଧିମ୍‌ ୨୦

ନିର୍ମଥ୍ୟ ଶ୍ରୀଶାର୍ଙ୍ଗଦେବଃ ସାରୋଦ୍ଧାରମିମମ୍‌ ବ୍ୟଧାତ୍‌।

ଗୀତଂ ବାଦ୍ୟଂ ତଥା ନୃତ୍ତଂ ତ୍ରୟଂ ସଂଗୀତ ମୁଚ୍ୟତେ ୨୧

ସାମବେଦାଦିତଂ ଗୀତଂ ସଂଜଗ୍ରାହ ପିତାମହଃ ୨୫

(ସଂ:ର: ୧/୧)

 

ଦେଖାଯାଇପାରେ ଯେ ଉପରେ ଉଦ୍ଧୃତ ସଂ:ର: ଗ୍ରନ୍ଥର ୨୧ଶ ଶ୍ଳୋକର ତଥା ୨୫ଶ ଶ୍ଳୋକର ଉତ୍ତରାର୍ଦ୍ଧ ସହିତ ସଂଗୀତକୌମୁଦୀର ପ୍ରଥମ ପାଦର ୩ୟ ଶ୍ଳୋକର ପାଦଦ୍ୱୟ ସମାନ- କେବଳ ମାତ୍ର ପାର୍ଥକ୍ୟ ଏହି ଯେ ସଂ:ର: ଗ୍ରନ୍ଥର ‘ବାଦ୍ୟ’ ତଥା ନୃତ୍ତଂ” ସ୍ଥାନରେ‘ବାଦ୍ୟଂ ଚନୃତ୍ୟଞ୍ଚ‘ ଅଛି କୌମୁଦୀରେ।

 

ଆହୁରି ଦେଖାଯାଇପାରେ ଯେ ସଂଗୀତକୌମୁଦୀର ୨ୟ ପାଦର ୯ମ ଠାରୁ ୨୨ଶ୍ଳୋକର ପୂର୍ବାର୍ଦ୍ଧ ସମେତ ସାଢ଼େ ତେରଟି ଶ୍ଳୋକ ସଂ: ରତ୍ନାକର ପ୍ରକୀର୍ଣକାଧ୍ୟାୟ (୩ୟ)ର ୨୫ଶରୁ ୩୮ଶ ଶ୍ଳୋକ ଶେଷ ଯାଏ ଯଥାକ୍ରମେ ସମାନ।କେବଳ ଦୁଷ୍ଟଗାୟକ ୩ ଗାୟନଦୋଷ ଦେଖାଇବା ପାଇଁ ଏତେଗୁଡ଼ିକ ଶ୍ଳୋକର ସନ୍ନିବେଶ କେବଳ ସଂଗୀତରତ୍ନାକର ପରି ବଡ଼ ବଡ଼ ଗ୍ରନ୍ଥମାନଙ୍କରେ ସାଜେ। ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟମାନଙ୍କୁ ଏଡ଼ି ଦେଇ କିଂବା ଅବାଞ୍ଛନୀୟରୂପେ ସଂକ୍ଷିପ୍ତ କରି ଦେବା ଦ୍ୱାରା ଅସ୍ପଷ୍ଟ କରି ଦେଇ ଗ୍ରନ୍ଥକାର ତାଙ୍କ ଔଚିତ୍ୟବୋଧର ପରିଚୟ ଦେଇ ନାହାନ୍ତି ବୋଲି ବାଧ୍ୟ ହୋଇ କହିବାକୁ ପଡୁଛି।

 

ଦୁଃଖର କଥା, ସଂଗୀତକୌମୁଦୀ ଗ୍ରନ୍ଥରେ ଗ୍ରନ୍ଥକାରଙ୍କ ନାମଟି ନାହିଁ। ସମ୍ଭବତଃ, ନିଜଗ୍ରନ୍ଥର ତଥା ନିଜପାଣ୍ଡିତ୍ୟର ଖର୍ବତା ସଂପର୍କରେ ଗ୍ରନ୍ଥକାର ସ୍ୱୟଂ ସଚେତନ ଥିଲେ; ସେଥିପାଇଁ ସେ ନିଜର ନାମ କିଂବା ପରିଚୟ ନଦେଇ ଅଜ୍ଞାତ ରହିବାକୁ ଶେୟସ୍କର ମଣିଛନ୍ତି।

 

ସଂଗୀତ କୌମୁଦୀର ରାଜା ସାନସେନ କିଏ?

ଆମେ ଉପରେ କହିଛୁଁ ଯେ ସଂଗୀତକୌମୁଦୀର ଗ୍ରନ୍ଥକାର ନିଜଗ୍ରନ୍ଥରେ କେଉଁଠି ହେଲେ ନିଜର ନାମ ପ୍ରକାଶ କରି ନାହାନ୍ତି। ମାତ୍ର ତହିଁରେ ସ୍ଥାନ ପାଇଥିବା ବହୁସଂଖ୍ୟକ ଗୀତ ଭଣିତାରେ ଜଣେ ନରପତିଙ୍କ ନାମ ଦେଖିବାକୁ ମିଳେ। କୌଣସି କୌଣସି ଗୀତରେ ବୀରବର ‘ନରପତି’, ‘ନୃପତି’ କିମ୍ବା ‘ନୃପ’ ରୂପରେ ମଧ୍ୟ ତାଙ୍କ ନାମଟି ଦେଖାଯାଏ।

 

ଏପରି ଅନେକ ପ୍ରାଚୀନ ଗ୍ରନ୍ଥ ଆମ ଓଡ଼ିଶାରେ ତଥା ଅନ୍ୟତ୍ର ମିଳିଚି ଯହିଁରେ ଗ୍ରନ୍ଥକର୍ତ୍ତାଙ୍କ ନାମଟି ଅଦୃଶ୍ୟ, ମାତ୍ର ଗ୍ରନ୍ଥଗତ ଗୀତମାନଙ୍କର ଭଣିତାରେ ତାଙ୍କ ନାମଟି ଉପଲବ୍ଧ ହୁଏ। ଆମ୍ଭେମାନେ ‘ଗୀତପ୍ରକାଶ’ ଗ୍ରନ୍ଥର ବରୋଦା- ସଂସ୍କରଣ-ପାଣ୍ଡୁଲିପିକୁ ସେଭଳି ଗ୍ରନ୍ଥର ନିଦର୍ଶନ ବୋଲି ଗ୍ରହଣ କରିପାରୁଁ। ଉକ୍ତ ଗ୍ରନ୍ଥର ପ୍ରବେଶିକାରେ ଆମ୍ଭେମାନେ ଦେଖାଇ ଦେଉଛୁଁ ଯେ ଗ୍ରନ୍ଥର ପୁଷ୍ପିକା (Colophon) ମାନଙ୍କରୁ ସମ୍ଭବତଃ ଦୂରଭିସନ୍ଧି ପ୍ରଣୋଦିତ ଭାବରେ ଗ୍ରନ୍ଥକାର କୃଷ୍ଣଦାସ ବଡ଼ଜେନା ମହାପାତ୍ରଙ୍କ ନାମଟିକୁ ଲୋପ କରି ଦେଇ କେହି ଜଣେ ପଣ୍ଡିତ ନିଜର କୌଣସି ସ୍ୱାର୍ଥସାଧନ ପରିଥାଇପାରନ୍ତି। ମାତ୍ର ଗୀତପ୍ରକାଶରେ ଉଦାହରଣ ରୂପେ ରହିଥିବା ଗୀତମାନଙ୍କରେ କୃଷ୍ଣଦାସଙ୍କ ନାମଟି ଅକ୍ଷତ ବା ଅଲୁପ୍ତ ହୋଇ ରହିଚି।

 

ଅବଶ୍ୟ, ସଂଗୀତକୌମୁଦୀ ଗ୍ରନ୍ଥ ବେଳକୁ ସେପରି ଦୁଷ୍କୃତି ଘଟିଚି ବୋଲି କିଛି ପ୍ରମାଣ ନାହିଁ; କାରଣ, ସଂଗୀତକୌମୁଦୀର ଅନେକପୋଥିରୁ କୌଣସିଟିରେ ଗ୍ରନ୍ଥକାରଙ୍କ ନାମକୌଣସି ପୁଷ୍ପିକାରେ ନାହିଁ। ତେବେ କଣ ଗ୍ରନ୍ଥକାରଙ୍କ ନାମଲୋପ କାଳର କୃତିତ୍ୱ? ମାତ୍ର ଆମ୍ଭେମାନେ ସୂଚନା ଦେଇ ସାରିଛୁଁ ଯେ ଗ୍ରଛଟି ଏକ ନଗଣ୍ୟ ତଥା ଉଦ୍ଧୃତି ସର୍ବସ୍ୱ ରଚନା ହୋଇଥିବାରୁ ଗ୍ରନ୍ଥକାର ନିଜର ନାମଟି ପ୍ରକାଶ କରିବାକୁ କୁଣ୍ଠାବୋଧ କରିଥାଇ ପାରନ୍ତି।

 

ଯାହାହେଉ, କୌମୁଦୀରେ ଉଦାହୃତ ଗୀତମାନଙ୍କରେ ବୀରବର ନରପତି, ନୃପତି ବା ନୃପ ନାମ ଦେଖାଯାଏ। ସୁବିଖ୍ୟାତ ପଣ୍ଡିତ ଓ ବହୁ ସଂଗୀତ-ଶାସ୍ତ୍ରଦର୍ଶୀ ଅଧ୍ୟାପକ ଡକ୍‌ଟର ଭି:ରାଘବନ୍‌ ତାଙ୍କ later Sangita Litreture ନାମକନିବନ୍ଧର ସଂଶୋଧିତ ସଂସ୍କରଣର ୨ୟ ଭାଗ ପୃ: ୬ରେ ‘ସଂଗୀତକୌମୁଦୀ’ ଶୀର୍ଷକରେ ଅନ୍ୟାନ୍ୟକଥା ମଧ୍ୟରେ ଏ ନାମଟିର ସଂପର୍କରେ ଲେଖିଯାଇଛନ୍ତି,

 

In the Prabandha Chapter (P.17) the work quotes a song on the ten Avatars of Vishnu is which appears the name of King Sanasena as its author:

 

ଶ୍ରୀମଦ୍‌ ଗୋବିନ୍ଦ ପାଦାରବିନ୍ଦ (ବନ୍ଧ୍ୟା) ମଧୁପାନମଧୁପାୟମାନସାନସେନ ବୀରବରନରପତିନା ବିରଚିତଃ ଭଗବତୋ ବାସୁଦେବସ୍ୟ ଲୀଳା

କଳାପକଳିତ- ପଦବନ୍ଧ- ପ୍ରବନ୍ଧବରୋ ଦଶାବତାରଖ୍ୟ ଇତି।”

(Vide Sangeetnatak Akademi bulletin 18 April,’61, P.P.1-15)

 

ଦୁଃଖର କଥା, ଡକ୍‌ଟର ରାଘବନ୍‌ ଏ ସବୁ ଯାହା ଲେଖିଛନ୍ତି ତାହା ଦୁଷ୍ଟପାଠର ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟକର ପରିଣାମ।“King Sanasena” ସାନ ସେନ ନରପତି ଶବ୍ଦକୁ ପ୍ରାମାଣିକ ବୋଲି ଧରି ନେଇ ସ୍ୱାମୀ ପ୍ରଜ୍ଞାନାନନ୍ଦଙ୍କ ପରି ଉଦାରେଚତା କେହି ବଙ୍ଗୀୟ ପଣ୍ଡିତ ‘ସେନ’କୁ ବଙ୍ଗୀୟ ସାଂଜ୍ଞା ବୋଲି ଗ୍ରହଣ କରି ‘ସଂଗୀତ କୌମୁଦୀ’ ବଙ୍ଗୀୟ ବିଦ୍ଦୃତ୍ତାର କୃତିତ୍ୱ ବୋଲିପ୍ରଚାରକରି ସାରିଲେଣି କି ନା, ସେ ସଂବାଦ ଆମ ପାଖରେ ନାହିଁ। ମାତ୍ର ଡକ୍‌ଟର୍‌ ରାଘବନ୍‌ ଯେଉଁ ଉଦ୍ଧୃତିଟି ଦେଇଛନ୍ତି ତାହାର ଶୁଦ୍ଧପାଠ ହେଉଛି“-

ଶ୍ରୀମଦ୍‌ ଗୋବିନ୍ଦ ପଦାର ବିନ୍ଦଦ୍ୱନ୍ଦ ମଧୁପାନ ମଧୁପାୟମାନ ମାନସେନ ବୀରବର ନରପପତିନା . . . .. . ପ୍ରଭୃତି।

 

‘ମାନସେନ’ ପଦକୁ ‘ସାନସେନ’ ପଢ଼ା ଯାଇ ଥିବାରୁ ଡକ୍‌ଟର୍‌ ରାଘବନ୍‌ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇଛନ୍ତି। ପ୍ରାଚୀନ ଓଡ଼ିଆ ଲିପିକାରଙ୍କ ‘ଦ୍ୱନ୍ଦ’ ତଥା ‘ମାନସେନ’ ଶବ୍ଦଦ୍ୱୟକୁ ଯଥାକ୍ରମେ ‘ବନ୍ଧ୍ୟ’ ଓ ସାନସେନ’ ପଢ଼ା ଯାଇଥିବାରୁ ପ୍ରୋକ୍ତ ବିଚାରବିଭ୍ରାଟ୍‌ ଘଟିଚି।

 

ଯାହାହେଉ, ଡକ୍‌ଟର୍‌ ରାଘବନ୍‌ ତାଙ୍କ ମନ୍ତବ୍ୟରେ ଲେଖିଛନ୍ତି, “The work seems to have been produced in Orissa” (Vide-Ibid).

 

ଆମ୍ଭମାନଙ୍କରମନେହୁଏ, ସଂଗୀତକୌମୁଦୀ ଭାସମାନ ସଂଗୀତ ଶ୍ଳୋକମାନଙ୍କରଏକ ସଂଗ୍ରହ। ମୂଳ କାବ୍ୟକବିତାର ଦର୍ଶନ ସୁଦ୍ଧା ଲାଭ ନକରି ଯେପରି କେତେକ ଶ୍ରୁତିଧର ଆଗ୍ରହୀ ବିଭିନ୍ନ କବିଙ୍ଗ ରଚନାର ଆବୃତ୍ତି ଶୁଣି ଅଂଶ ବିଶେଷ ମନେରଖି ସେଗୁଡ଼ିକର ପୁନରାବୃତ୍ତି କରନ୍ତି, ଏବଂ ସେଗୁଡ଼ିକୁ ଲେଖିଦେଲେ ପୋଥିଟିଏ ହୋଇଯାଏ, ଠିକ୍‌ ସେହିପରିସଂଗୀତ ବିଦ୍ୟା ସଂପର୍କରେ ମଧ୍ୟ ଏକ ପ୍ରକାରଭାସମାନ (କଞ୍ଚା ଓଡ଼ିଆରେ ଉଡ଼ା) ସାହିତ୍ୟ ଆପେ ଆପେ ସୃଷ୍ଟି ହୁଏ। ପ୍ରାକ୍ତନ ପ୍ରସିଦ୍ଧ ଗ୍ରନ୍ଥମାନଙ୍କରୁ ଏଥିରୁ ଗୋଟିଏ, ସେଥିରୁ ତିନୋଟି, ଅନ୍ୟାନ୍ୟ ଗ୍ରନ୍ଥମାନଙ୍କରୁ ଦଇୁଟି, ତିନୋଟି, ପାଞ୍ଚୋଟି, ଆଠଟି ଶ୍ଳୋକ କେତେକ ଅଳ୍ପପାଠୁଆ, ଠିଆପାଲାଗାୟକ ବାଦକମାନଙ୍କ ପରି ଗୁହାଳପଡ଼ା, ‘ସଂଗୀତଗୁରୁ’ମାନେ ଯାଠୁ ତା’ଠୁ ଶୁଣି, ଗୋଟେଇ ଠୁଳ କରି କଣ୍ଠସ୍ଥ କରି ଥାଆନ୍ତି। ନିଜର ଶିଷ୍ୟବୃନ୍ଦଙ୍କୁ ଗୀତବାଦ୍ୟନୃତ୍ୟରେ ତାଲିମ୍‌ ଦେଲାବେଳେ ସେଗୁଡ଼ିକୁ ଅଳ୍ପଧୀଶିଷ୍ୟମାନଙ୍କୁ ଘୋଷେଇ ଉକ୍ତ କଳାତ୍ରୟର ଆବଶ୍ୟକ ସାଧାରଣ ତତ୍ତ୍ୱ ଜ୍ଞାନାର୍ଜନର ସୁବିଧା କରାଇ ଦିଅନ୍ତି। ସଂଗୀତ ବିଦ୍ୟା ସଂପର୍କରେ ଏଇ ଭଳି ଉଡ଼ା ଶ୍ଳୋକମାନ କେହି କେହି ତାଳପତ୍ର ପୋଥିରେ ଲେଖିରଖି ଥାଆନ୍ତି। ମନେହୁଏ, ସଂଗୀତ କୌମୁଦୀ ସେଇ ଭଳି ଶ୍ଳୋକ ଗୁଡ଼ିକର ଏକ ଶିଷ୍ୟବୋଧ ଏବଂ, ସଂଗୀତର ସ୍ତର ଦୃଷ୍ଟିରୁ, ଶିଶୁବୋଧ ସଂକ୍ଷିପ୍ତ ସଂଗ୍ରହ। ଯେଉଁମାନେସଂଗୀତ ରତ୍ନାକର, ଭରତନାଟ୍ୟଶାସ୍ତ୍ର, ବହୃଦ୍ଦେଶୀ, ଭରତଭାଷ୍ୟମ୍‌, ସଂଗୀତରାଜ ପ୍ରଭୃତି ପରି ଆକରଗ୍ରନ୍ଥ ବା ଆଧାରଗ୍ରନ୍ଥ ଅଧ୍ୟୟନ କରିବାରେ ଅପାରଗ କେବଳ ସେହିମାନଙ୍କ ପକ୍ଷରେ ସଂଗୀତକୌମୁଦୀ ଯତ୍‌ କିଞ୍ଚିତ୍‌ ଉପଯୋଗୀ ସିଦ୍ଧ ହୋଇପାରେ।

 

ସଂଗୀତ କୌମୁଦୀର ରଚନାକାଳ ନିର୍ଣ୍ଣୟ

ସଂଗୀତ କୌମୁଦୀର ପ୍ରଣେତାଙ୍କ ନାମଟି ଯେପରି ଅନିର୍ଣେୟ ତାହାର ନିର୍ଦ୍ଦିଷ୍ଟ ରଚନାକାଳର ନିଣର୍ୟ ମଧ୍ୟ ଦୁଃସାଧ୍ୟ। ତଥାପି, ଗ୍ରନ୍ଥଟିର ଏକ ଅନୁମାନିକ ରଚନାକାଳ କଳନା କରାଯାଇପାରେ। ଏ ପର୍ଯ୍ୟନ୍ତ ଓଡ଼ିଶାରେ ମିଳିଥିବା ସଂଗୀତ ଗ୍ରନ୍ଥମାନଙ୍କମଧ୍ୟରୁ ‘ସଂଗୀତନାରାୟଣ’ ନାମକଗ୍ରନ୍ଥରେ ସଂଗୀତକୌମୁଦୀର ପ୍ରଥମ ଉଲ୍ଲେଖ ତଥା ତହିଁରୁ ଉଦ୍ଧୃତ କେତେକ ମତ, ଶ୍ଳୋକ ଓ ଗୀତ ଦେଖିବାକୁ ମିଳେ। ସେପରି ଉଲ୍ଲେଖ ଓ ଉଦ୍ଧୃତିର କେତେକ ଦୃଷ୍ଟାନ୍ତ ହେଉଚି:(କ) ଗୀତଲକ୍ଷଣ ସଂପର୍କରେ “କୌମୁଦ୍ୟାମ୍‌- ରାର୍ଗୈବିରଚିତଂ ଗୀତମିତି। (ପୃ.-୩)

 

(ଖ) ରାଗମାନଙ୍କରପୁଂ- ସ୍ତ୍ରୀ- ଭେଦ ପ୍ରସଙ୍ଗରେ

“ତଦୁକ୍ତଂ କୌମୁଦ୍ୟାମ୍‌

ଭୈରବୋ ଭୂପତିଶ୍ଚୈବ ଶ୍ରୀରାଗଃ ପଡ଼ମଂଜରୀ।

ବାସନ୍ତିକଶ୍ଚ ଭୂପାଳଃ ସାରଙ୍ଗୋ ମାଲବସ୍ତଥା ୧୨୩

ଏତେ ସଂଗୀତ ଶାସ୍ତ୍ରଜ୍ଞୈଃ ପୁମାଂସଶ୍ଚ ପ୍ରକୀର୍ତିତାଃ। ଇତି।”

(୨) (ଗ) ରାଗରାଗିଣୀ ଗାନକାଳ ପ୍ରସଙ୍ଗରେ (ପୃ.: ୧୫)

“କୌମୁଦ୍ୟାମ୍‌

ଶ୍ରୀପଞ୍ଚମୀଂ ସମାରଭ୍ୟ ବିଷ୍ଣୋଃ ଶୟନମେବ ବ ପ୍ରଭୃତି।(ପୃ:୪୧)

(ଘ) ସୂଡ଼ ପ୍ରବନ୍ଧର ତାଳସଂଖ୍ୟା ସଂପର୍କରେ

“ଆଦିତାଳାଦିକୈସ୍ତାଳୈର୍ଦଶଭିନର୍ବଭିଃ ପୁନଃ।

ସପ୍ତଭିର୍ବାପି କଳ୍ପ୍ୟନ୍ତେ ପ୍ରବନ୍ଧା ରାଗରଂଜିତଃ

ଉଦାହରଣଂ ତୁ ସଂଗୀତ କୌମୁଦ୍ୟାଂ ଧନ୍ନାସୀରାଗେଣ ଜୟନାରା ୟଣେତ୍ୟାଦି ଗୀତମ୍‌।”

 

ଅବଶ୍ୟ ଏଠାରେ ପ୍ରଦତ୍ତ ଶ୍ଳୋକଟି ସଂଗୀତକୌମୁଦୀରୁ ଉଦ୍ଧୃତ ବୋଲି ଚିହ୍ନିତ ହୋଇଥିଲେ ତାହା ତହିଁରେ ରହିଚି।ଚହ୍ନିତ ନହେବାର ଏହାହିଁ କାରଣ ଯେ ଶ୍ଳୋକଟି ସଂଗୀତକୌମୁଦୀର ସ୍ୱୟଂ ଅନ୍ୟଏକ ଆଧାରଗ୍ରନ୍ଥରୁ ଆହରଣ କରିଛନ୍ତି।

(ଙ) ଗୀତର ଉଦ୍ଧୃତି- (ସିଂହନନ୍ଦନ ତାଳ ନିରୂପଣ ପ୍ରସଙ୍ଗରେ)

“ଦଧତଂ ତଂ ମୁଖଶଶିନଂ କୁଟିଳକୁନ୍ତଳାବୃତମ୍‌।

ସରସିଜମିବ ପରିଭ୍ରମଭ୍ରମରରାଜିରାଜିତମ୍‌

ସଜଳ ଜଳଦ କାନ୍ତି କାୟକାମ କୋଟି ନିନ୍ଦନମ୍‌।

ଭବତ ନତା ଭୟ

(ବ) ଚ୍ଛିଦେ ଭୂମିତନୟସୂଦନମ୍‌ ” (୪) (ପୃ.୬୬)

 

ସଂଗୀତ ନାରାୟଣର ଆହୁରି କେତେକ ସ୍ଥଳରେ ମଧ୍ୟ ସଂଗୀତ କୌମୁଦୀଗ୍ରନ୍ଥର ଉଲ୍ଲେଖ ଦେଖିବାକୁ ମିଳେ, ଯହିଁରୁ ନିଃସନ୍ଦେହରେ ପ୍ରତିପାଦିତ ହୁଏ ଯେ ସଂଗୀତ କୌମୁଦୀ ଗ୍ରନ୍ଥଟି ସଂଗୀତ ନାରାୟଣର ପ୍ରାକ୍ଳାଳୀନ ରଚନା। ସଂଗୀତ ନାରାୟଣ ରଚନାକାଳ-

 

ଓଡ଼ିଶୀ ସଂଗୀତ ନାଟକ ଏକାଡେମୀ ଦ୍ୱାରା ଖ୍ରୀ:୧୯୬୬ରେ ପ୍ରକାଶିତ‘ସଂଗୀତ ନାରାୟଣ’ରେ ସନ୍ନିବିଷ୍ଟ ସଂକ୍ଷିପ୍ତ ପ୍ରାକ୍‌କଥନରେ ଏକାଡେମୀର ତତ୍କାଳୀନ ସେକ୍ରେଟାରୀ ଶ୍ରୀ ଗୌରୀକୁମାର ବ୍ରହ୍ମାଙ୍କ ମତାନୁସାରେ ତାହା ଖ୍ରୀ: ୧୭୧୮-୧୭୬୭ ମଧ୍ୟରେ ପାରଳାଖେମଣ୍ଡି ଗଜପତି ଜଗନ୍ନାଥ ନାରାୟଣ ଦେବଙ୍କ ଦ୍ୱାରା ପ୍ରଣୀତ ବା ସଙ୍କଳିତ ହୋଇଥିଲା। ମାତ୍ର The Orissa Historical Reasearch Jownal, Vol-X, ୧୯୬୧ No.୧୮୨ର ୧୭ ରୁ ୨୪ ପୃଷ୍ଠା ବ୍ୟାପୀ ମୁଦ୍ରିତ “Sangita Narayanam‘ ପ୍ରଭୃତି ଶୀର୍ଷକ ନିବନ୍ଧରେ ସ୍ୱର୍ଗତ ଐତିହାସିକ କେଦାରନାଥ ମହାପାତ୍ର ଅଭ୍ରାନ୍ତଭାବରେ ପ୍ରମାଣିତ କରିଛନ୍ତି ଯେ ଗ୍ରନ୍ଥଟି ୧୮ଶ ଶତାବ୍ଦୀରେ ନୁହେଁ, ୧୭ଶ ଶତାବ୍ଦୀର ମଧ୍ୟକାଳୀନ କୌଣସି ଅବ୍ଦରେ ତାହା ମୂଳତଃ ପଣ୍ଡିତପ୍ରବର ପୁରୁଷୋତ୍ତମ ମିଶ୍ରଙ୍କ ଦ୍ୱାରା ପ୍ରଣୀତ ହୋଇଥିଲା ଏବଂ ତାଙ୍କ ଶିଷ୍ୟ ପାରଳାଖେମଣ୍ଡି ରାଜା ଗଜପତି ନାରାୟଣ ଦେବଙ୍କ ନାମରେ ହୁଏତ ରାଜଗୌରବବୃଦ୍ଧି ନିମନ୍ତେ ପ୍ରଚାରିତ ହୋଇଥିଲା। (୫) କେଦାରବାବୁଙ୍କ ଏହି ମତଟି ସଂଶୋଧିତ ମତ; କାରଣ ପ୍ରଥମେ ସେ ଅଧ୍ୟାପକ ରାମକୃଷ୍ଣ କବିଙ୍କ ମତାନୁସାରେଗ୍ରନ୍ଥରଚନାକାଳ ଅଷ୍ଟାଦଶ ଶତାବ୍ଦୀ ବୋଲି ନିଜେଲେଖିଥିବା କଥା ତାଙ୍କର ପ୍ରୋକ୍ତ ଲେଖାରେ ସ୍ୱୀକାର କରିଛନ୍ତି। ତାଙ୍କର ଏହି ସଂଶୋଧିତ ମତାନସୁାରେ ସଂଗୀତ ନାରାୟଣ ରଚନାଯଦି ୧୭ଶ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳରେ ହୋଇଥିଲା ବୋଲି ଗୃହୀତ ହେଲେ ତହିଁରେ ଉଲ୍ଲିଖିତ ଓ ଉଦ୍ଧୃତ ସଂଗୀତକୌମୁଦୀ ନିଶ୍ଚୟତାହାର କିଛି ପୂର୍ବବର୍ତ୍ତୀ। ଏହି ଅନୁସାରେ କୁହାଯାଇ ପାରିବ ଯେ ସଂଗୀତକୌମୁଦୀ ଖ୍ରୀ: ୧୬୫୦

 

(୨) ଆମ ସଂପାଦନାରେ‘ପଡ଼ମଂଜରୀ’ ସ୍ଥାନରେ‘ପତମଂଜରଃ’ ପାଠ ଗୃହୀତ ହୋଇଛି। ପୁଂ:- ରାଗର ନାମପ୍ରକାଶକ ଏଇ ଶ୍ଳୋକରେ ‘ପଡ଼ମଂଜରୀ’ ପରି ସ୍ତ୍ରୀଲିଙ୍ଗବାଚକ ନାମରହିବା ଶୋଭନୀୟ ନୁହେଁ। ପୁଣି ‘ପଡ଼ମଂଜରୀ’ ନାମଟି ଭ୍ରଷ୍ଟ; ଅନ୍ୟାନ୍ୟ ଅନେକ ଗ୍ରନ୍ଥରେ ପତମଂଜରୀ ବା ପଟମଂଜରୀ ନାମଦେଖିବାକୁ ମିଳେ କିନ୍ତୁ ପଡ଼ମଂଜରୀ କୁତ୍ରାପି ନଜରରେ ପଡ଼େ ନାଇଁ। ସେହିପରି ‘ବସନ୍ତ’ ଗୋଟିଏ ପୁଂ.-ରାଗ ରୂପେ ଅନେକଙ୍କ ଦ୍ୱାରା ସ୍ୱୀକୃତ; ତହିଁରେ ଛନ୍ଦାନୁରୋଧରେ ସ୍ୱାର୍ଥେ କ-ପ୍ରତ୍ୟୟ ଲଗାଇ ‘ବସନ୍ତକ’ କରାଯାଇଥିବା ଅଧିକ ସଂଭବପର। ଅବଶ୍ୟ,‘ବାସନ୍ତିକ’ ମଧ୍ୟ କୌମୁଦୀର ଖ ଓ ଗ ପୋଥିରେ ଅଛି।‘ସାରଙ୍ଗ’ ଅପେକ୍ଷା ‘ସାଲଙ୍ଗ’ ଅଧିକ ସ୍ପୃହଣୀୟ ମନେହୁଏ।ତେଣୁ ଏଇ ସବୁ ପାଠ ଆମ ସଂପାଦନାରେଗୃହୀତ ହୋଇଚି।

(୩) ଏଇ ସଂପାଦକ ‘ପରିଭ୍ରମ’ ସ୍ଥାନରେ ‘ପରିଭ୍ରମତ୍‌’ ପାଠ ଗ୍ରହଣକରଚି।

 

(୪) ‘ଭବଜନତାଭୟ (ବ) ଚ୍ଛିଦେ’ ସ୍ଥାନରେ‘ଭବତ ନତା ଭବଚ୍ଛିଦେ’ ପାଠ ଅଧିକ ସ୍ପୃହଣୀୟ ମନେହେବାରୁ ତାହା ଗୃହୀତ ହୋଇଚି।(୫) ଆଶ୍ଚର୍ଯ୍ୟ ଲାଗେ ‘ସଂଗୀତନାରାୟଣ’ ଗ୍ରନ୍ଥଟି ୧୯୬୬ରେ, ଅର୍ଥାତ୍‌ କେଦାରବାବୁଙ୍କର ପ୍ରୋକ୍ତ ଲେଖା ପ୍ରକାଶିତ ହେବାର ୫ ବର୍ଷ ପରେ, ପ୍ରକାଶିତ ପ୍ରକାଶିତ ହୋଇଥିଲେ ସୁଦ୍ଧା ଗ୍ରନ୍ଥ ରଚନାକାଳ ଖ୍ରୀ: ୧୭୧୮- ୧୭୬୭ ଅନ୍ତର୍ବର୍ତ୍ତୀ ବୋଲି ସେକ୍ରେଟେରୀଙ୍କ ପ୍ରାକ୍‌କଥନରେ କୁହାଯାଇ ପାରିଲା।

ପାଖାପାଖି କିମ୍ବା ତା’ ପୂର୍ବରୁ ପ୍ରଣୀତ ହୋଇଥିଲା।

ସଂଗୀତକୌମୁଦୀର ରଚନାକାଳ ନିରୂପଣରେ କନିକାରାଜ ବଂଶୀୟ ହରିଚନ୍ଦନ କୃତ ଓ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ଦା୍ୱରା ସଂପାଦିତ ହୋଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଖ୍ରୀ: ୧୯୫୫ରେ ପ୍ରକାଶିତ ‘ସଂଗୀତ ମୁକ୍ତାବଳୀ’ ଗ୍ରନ୍ଥଟି ମଧ୍ୟ ଆମକୁ ସାହାଯ୍ୟ କରେ; କାରଣ, ଏହି ଗ୍ରନ୍ଥଟିରେ ମଧ୍ୟ ସଂଗୀତକୌମୁଦୀର ଉଲ୍ଲେଖ ଏବଂ ଉଦ୍ଧୃତି ପୁଷ୍ଟ ଚର୍ଚ୍ଚା ଦେଖାଯାଏ। ସଂଗୀତ ମୁକ୍ତାବଳୀ ଖ୍ରୀ: ୧୬ଶତାବ୍ଦୀର ଶେଷ ଆଡ଼କୁ ପ୍ରଣୀତ ହୋଇଥିବା କଥା ଉକ୍ତ ଗ୍ରନ୍ଥର ବିଜ୍ଞ ସଂପାଦକ ତାଙ୍କ ମୁଖବନ୍ଧରେ ପ୍ରକାଶ କରିଛନ୍ତି। ଯଦି ସଂପାଦକ ମହାଶୟଙ୍କ ଏହି କାଳ ନିର୍ଦ୍ଧାରଣ ଅଭ୍ରାନ୍ତ ତେବେ ତହେିଁର ଉଲ୍ଲିଖିତ ଓ ଚର୍ଚ୍ଚିତ ସଂଗୀତ କୌମୁଦୀ ଗ୍ରନ୍ଥଟିର ରଚନାକାଳ ଖ୍ରୀ: ୧୬ଶ ଶତାବ୍ଦୀର ପରବର୍ତ୍ତୀ ହୋଇନପାରେ।

 

ଏ ସଂପର୍କରେ ଖ୍ରୀ: ୧୫୬୫ ପାଖାପାଖି ପ୍ରଣୀତ କୃଷ୍ଣଦାସ ବଡ଼ଜେନା ମହାପାତ୍ର କୃତ ‘ଗୀତପ୍ରକାଶ’ ଗ୍ରନ୍ଥଟି ମଧ୍ୟ ଏ ଆଲୋଚନାର ପରିସରଭୁକ୍ତ ହୁଏ। ଏକଥା ନିଶ୍ଚିତ ଯେ ସଂଗୀତ କୌମୁଦୀ ଗ୍ରନ୍ଥଟି ହରିନାୟକ କୃତ ‘ସଂଗୀତସାର’ ନାମକଗ୍ରନ୍ଥର ପରବର୍ତ୍ତୀ; ତହିଁରେ ସଂଗୀତସାରର କେତେକ ଶ୍ଳୋକ ଉଦ୍ଧୃତ ହୋଇଚି ବୋଲି ମନେହୁଏ।ସଂଗୀତ କୌମୁଦୀର ଯେଉଁ ସବୁ ଶ୍ଳୋକମାନଙ୍କ ସହିତ ପ୍ରାୟ ଅକ୍ଷରଶଃ ସମାନ ବୋଲି ଆମେ ଏଇ ପ୍ରବେଶିକାର ଅନ୍ୟତ୍ର ଦେଖାଇ ସାରିଛୁଁ ସେହି ଶ୍ଳୋକମାନଙ୍କରୁ ଅନେକ ଶ୍ଳୋକ ଉକ୍ତ ହରିନାୟକଙ୍କ ସଂଗୀତସାର ଗ୍ରନ୍ଥରେ ମଧ୍ୟ ଦେଖାଯାଏ।‘ସଂଗୀତସାର, ଗ୍ରନ୍ଥଟି ସଂଗୀତରତ୍ନାକର ଗ୍ରନ୍ଥର ଏକ ସଂକ୍ଷିପ୍ତ ସଂସ୍କରଣ। ସଂକ୍ଷେପପ୍ରିୟ ‘ସଂଗୀତକୌମୁଦୀ’କାର ତେଣୁ ସଂଗୀତସାର ଗ୍ରନ୍ଥରୁ ହିଁ ସେଗୁଡ଼ିକ ଉଦ୍ଧାର କରିଥିବା ସମ୍ଭାବନା ଅଧିକ ତଥା ସ୍ୱାଭାବିକ। ଯଦି ଏହି ଅନୁମାନ ଅଯୌକ୍ତିକ ନୁହେଁ ତେବେ ସଂଗୀତ କୌମୁଦୀ ଗ୍ରନ୍ଥଟି ସଂଗୀତ ସାର ଗ୍ରନ୍ଥର ପରବର୍ତ୍ତୀ। କୃଷ୍ଣଦାସ ବଡ଼ଜେନା ମହାପାତ୍ରଙ୍କ ଗୀତପ୍ରକାଶ ଗ୍ରନ୍ଥଟି ମଧ୍ୟ ପୂର୍ବୋକ୍ତ ସଂଗୀତ ମୁକ୍ତାବଳୀ ତଥା ସଂଗୀତ ନାରାୟଣରେ ସ୍ମୃତ ଓ ଅଂଶତଃ ଉଦ୍ଧୃତ ହୋଇଚି।ତେଣୁ ଗୀତପ୍ରକାଶ ଓ ସଂଗୀତକୌମୁଦୀ ଗ୍ରନ୍ଥଦ୍ୱୟର କେଉଁଟି ପୂର୍ବବର୍ତ୍ତୀ ତାହା ଯଦି ନିରୂପିତ ହୋଇପାରନ୍ତା ତେବେ ସଂଗୀତ କୌମୁଦୀ ରଚନାକାଳର ଅନୈଶ୍ଚିତ୍ୟ ଅନେକାଂଶରେ କମି ଯାଆନ୍ତା।

 

ଗୀତ ପ୍ରକାଶ ଓ ସଂଗୀତକୌମୁଦୀ ଗ୍ରନ୍ଥଦ୍ୱୟରେ ତୁଳନାମୂଳକ ଅଧ୍ୟୟନରୁ ଜଣାପଡ଼େ ଯେ ତାର ନିରୂପଣରେ ଉଭୟ ଗ୍ରନ୍ଥକାରଙ୍କ ବିଚାରଧାରା ପ୍ରାୟ ସମାନ, ଉଭୟ ଗ୍ରନ୍ଥରେ ତାଳସ୍ୱରୂପ ପ୍ରକାଶ କରିବା ନିମନ୍ତେ ଛନ୍ଦୋବଦ୍ଧ କବିତାର ସାହାଯ୍ୟ ନିଆଯାଇଚି, ସୂଡ଼ ପ୍ରବନ୍ଧର ଉଦାହରଣ ସ୍ୱରୂପେ ଉପସ୍ଥାପିତ ଗୀତଗୁଡ଼ିକର ରଚନାଶୈଳୀ ମଧ୍ୟ ପ୍ରାୟ ସମାନ- ଅନ୍ତତଃ ଛନ୍ଦ ଦୃଷ୍ଟିରୁ। ସବୁଠୁ କୌତୂହଳୋଦ୍ଦୀପକ ବିଷୟ- ସୂଡ଼ପ୍ରବନ୍ଧର ଅନ୍ତର୍ଗତ ଯତିତାଳରେ ନିବନ୍ଧ ଗୀତଟି ଗୀତପ୍ରକାଶରେ ଯାହା, ସଂଗୀତକୌମୁଦୀରେ ମଧ୍ୟ ତାହା ଅର୍ଥାତ୍‌ ସେହି ଗୀତଟକିୁ ଉଭୟେ ବ୍ୟବହାର କରଛିନ୍ତି। ଗୀତଟିର ଆଦ୍ୟଚରଣଟି ହେଉଚି- ‘ମୁଞ୍ଚ ମାନିନି ମାନ ତିମିରଂ ମୁଖସୁଧାକରମୁଜ୍ଜଳ୍ୱମ୍‌’

 

ମାତ୍ର ଏଇ ଗୀତଟିର ‘ଆଭୋଗ’ ଭାଗ ବା ଭଣିତା ଗୀତ ପ୍ରକାଶରେ ଅଛି “ମୁରଭିଦିତି ପଟୁ ଚାଟୁ କୁଶଳୋ ଦିଶତୁ ଗଜପତିମଙ୍ଗଳମ୍‌”

କିନ୍ତୁ ସଂଗୀତକୌମୁଦୀରେ ତାହା ହୋଇଚି

“ମୁରଭିଦିତି ପଟୁ ଚାଟୁ କୁଶଳୋ ଦିଶତୁ ନରପତିମଙ୍ଗଳମ୍‌”

ପୁଣି, ଗୀତପ୍ରକାଶରେ ସନ୍ନିବିଷ୍ଟ ଅନ୍ୟାନ୍ୟ ଗୀତମାନଙ୍କରେ ସ୍ୱୟଂ ଗୀତପ୍ରକାଶକାର କଷ୍ଣୃଦାସଙ୍କ ନାମଯୁକ୍ତ ଭଣିତା ରହଥିଲେହେଁ, ‘ଅଚିରରୁଚି ରୁଚି ରୁଚିର ନବଜଳଦଜାଳେ” ପଦାବଳୀରୁ ଆରମ୍ଭ ହୋଇଥିବା ଗୀତର ଭଣିତଟି ହେଉଚି “ସିନ୍ଧୁରାଧିପନୃପତି ଚେତୋ ବିହାରୀ”

 

ସିନ୍ଧୁରାଧିପ ହେଲେ ଗଜପତି; କୃଷ୍ଣଦାସ ତାଙ୍କର କେତେକ ଗୀତରେ ଓଡ଼ିଶାର ଶେଷ ସ୍ୱାଧୀନରାଜା ମୁକୁନ୍ଦ ଦେବଙ୍କ ପ୍ରଶସ୍ତି ଗାନ କରିଥିବାରୁ ଏ ଗୀତର ‘ସିନ୍ଧୁରାଧିପନୃପତି’ ନିଶ୍ଚୟଗଜପତି ରାଜା ମୁକୁନ୍ଦ ଦେବ।

 

ସଂଗୀତକୌମୁଦୀର ପ୍ରାୟ ପ୍ରତ୍ୟେକ ଗୀତ ଭଣିତାରେ ‘ନରପତି ଏବଂ ୭ମ ପାଦର ଦଶାବତାର ପ୍ରବନ୍ଧସ୍ଥିତ ଅତାଳ ଆଳାପରେ ଅଛି ‘ବୀରବର ନରପତି’ ନାମ। କିନ୍ତୁ କୌଣସି ଗୀତରେ ମୁକୁନ୍ଦଦେବଙ୍କ ନାମଟି ସ୍ପଷ୍ଟ ଭାବରେ ଉଲ୍ଲିଖିତ ହୋଇନାହିଁ କିଂବା ତାଙ୍କ କୀର୍ତ୍ତି କଳାପର ଉଲ୍ଲେଖ ନାହିଁ କିମ୍ବା ତାଙ୍କ ପ୍ରଶସ୍ତିବାଚକ କିଛି ନାହିଁ। ତଥାପି କାହିଁକି ସନ୍ଦେହ ହୁଏ ଯେ ଏହି ନରପତି ବା ବୀରବର ନରପତି ହୁଏତ ମୁକୁନ୍ଦ ଦେବ। ଏହାର ତାତ୍ପର୍ଯ୍ୟ ଏହି ଯେ କେହି ଜଣେ ସଂଗୀତଜ୍ଞ ଗୀତ ବାଦ୍ୟ ନୃତ୍ୟ ବିଷୟକ ଶ୍ଳୋକ ଗୁଡ଼ିକରୁ ଅଧିକାଂଶ ଅନ୍ୟଗ୍ରନ୍ଥରୁ ଆହରଣ କରି ଯଥାତଥା କିମ୍ବା ସାମାନ୍ୟ ଅଦଳବଦଳ କରି ତହିଁରେ ଆବଶ୍ୟକ ସ୍ଥଳରେ ମୁକୁନ୍ଦ ଦେବଙ୍କ ପ୍ରତି ଉଦ୍ଦିଷ୍ଟ ‘ନରପତି’ ବା ‘ବୀରବର ନରପତି’ ନାମଟି ଭଣିତରେ ଥୋଇ ଗୀତ ରଚନାକରି ହୁଏତ ମୁକୁନ୍ଦ ଦେବଙ୍କ ତୁଷ୍ଟିସାଧନପାଇଁ ‘ସଂଗୀତ କୌମୁଦୀ’ ଗ୍ରନ୍ଥଟି ଠିଆ କରିଥିଲେ।

 

ଆଉ ଗୋଟିଏ କଥା।‘ଗୀତପ୍ରକାଶ’ରେ ‘ସଂଗୀତକୌମୁଦୀ’ର କିମ୍ବା ‘ସଂଗୀତକୌମୁଦୀ’ରେ ‘ଗୀତପ୍ରକାଶ’ର ଉଲ୍ଲେଖ ନାହିଁ। ଯଦି ‘ସଂଗୀତକୌମୁଦୀ’ର ଗୀତମାନଙ୍କର ନରପତି ଓ ବୀରବର ନରପତି ଅନ୍ୟ କୌଣସି ନରପତି ନ ହୋଇ ମୁକୁନ୍ଦଦେବ ହୁଅନ୍ତି, ତେବେ ୟା ମଧ୍ୟ ସଂଭବପର ଯେ ଉଭୟ ଗ୍ରନ୍ଥକାରସମସାମୟିକ ହୋଇଥିଲେହେଁ ପରସ୍ପରର ଥିଲେ ପ୍ରତିଦ୍ୱନ୍ଦୀ। ଗୀତ ପ୍ରକାଶକାର ରାଗନିରୂପଣରେ ମୂର୍ଚ୍ଛନାପଦ୍ଧତିର ଅନୁଗାମୀ ହୋଇଥିବା ସ୍ଥଳେ ସଂଗୀତକୌମୁଦୀକାର ଥିଲେ ରାଗ ରାଗିଣୀ ପଦ୍ଧତିର ଅନୁଗାମୀ- ଉଭୟେ ଥିଲେ ଭିନ୍ନମତାବଲମ୍ବୀ।

 

ଯାହାହେଉ, ଗୀତ ରଚନାକ୍ଷେତ୍ରରେ ସଂଗୀତକୌମୁଦୀକାରଙ୍କର କିଛି ଦକ୍ଷତା ଥିଲା ଏ କଥା ସ୍ୱୀକୃତ ହେଲେହେଁ ମୋଗଲ୍‌ ସମ୍ରାଟ୍‌ ଆକବର୍‌ଙ୍କ ଅନୁକରଣରେ ତାଙ୍କ ଗୀତପ୍ରକାଶ ସନ୍ନିବିଷ୍ଟ ଗୀତରଚନା କରି ନଥିବେ ବରଂ ସଂଗୀତକୌମୁଦୀକାର, ଯଦି ସେ କୃଷ୍ଣଦାସଙ୍କ ପରବର୍ତୀ ହୋଇ ଥାଆନ୍ତି, ତେବେ ସେହିଁ ଗୀତପ୍ରକାଶର ଗୀତମାନ ଅନୁକରଣ କରି ଥାଇ ପାରନ୍ତି।

 

ଏହି ସବୁ ବିଚାର କରି ଅନୁମାନ କରାଯାଇପାରେ ଯେ ସଂଗୀତକୌମୁଦୀ ଷୋଡ଼ଶ ଶତାବ୍ଦୀର ଉତ୍ତରାର୍ଦ୍ଧ ମଧ୍ୟରେ, ଖୁବ୍‌ ସମ୍ଭବ ଗୀତପ୍ରକାଶ ରଚିତ ହୋଇ ସାରିବା ପରେ ଏବଂ ସଂଗୀତମୁକ୍ତାବଳୀ ରଚିତ ହେବା ଆଗରୁ ପ୍ରଣୀତ ହୋଇଥିଲା।

 

ସଂଗୀତକୌମୁଦୀରେ ରାଗଚର୍ଚ୍ଚା

ସଂଗୀତକୌମୁଦୀର ବିଷୟବସ୍ତୁ ସଂପର୍କରେ ବିଶେଷ କିଛି କହିବା ଅନାବଶ୍ୟକ; ତହିଁରେ ସେପରି କିଛି ବିଶେଷତ୍ୱ ନାହିଁ। କେବଳ ଏତିକି ଯେ ଓଡ଼ିଶାରେ ରାଗ ରାଗିଣୀ ପଦ୍ଧତିର ଉଲ୍ଲେଖ ସମ୍ଭବତଃ ସର୍ବପ୍ରଥମେ କରିଥିଲେ ସଂଗୀତକୌମୁଦୀକାର।ସାଧାରଣତଃ ଛଅରାଗ ଓ ଛତିଶ ରାଗିଣୀ ଏ ଦେଶରେ ବ୍ୟାପକ ମାନ୍ୟତା ପାଇଥିବା ସ୍ଥଳେ ସଂଗୀତକୌମୁଦୀରେ ଆଠଗୋଟି ରାଗ- ପୁରୁଷକାର ସ୍ୱୀକୃତ। ସେଗୁଡ଼ିକ ହେଲେ (୧) ଭୈରବ, (୨) ଭୂପତି, (୩) ଶ୍ରୀରାଗ, (୪) ପତମଂଜର, (୫) ବସନ୍ତ, (୬) ଭୂପାଳ, (୭) ସାଲଙ୍ଗ ଏବଂ (୮) ମାଲବ। ମାତ୍ର ଏହି ଆଠଗୋଟି ରାଗର ‘ସ୍ତ୍ରୀ’ ରୂପେ ଚବିଶଟି ରାଗିଣୀ କଥା ଗ୍ରନ୍ଥକାର ଉଲ୍ଲେଖ କରିଥିଲେହେଁ କେଉଁ କେଉଁ ରାଗିଣୀ କେଉଁ କେଉଁ ରାଗର ଗୃହିଣୀ ସେ କଥା ସ୍ପଷ୍ଟଭାବରେ କହି ନାହାନ୍ତି। ୮ଟି ରାଗ ଓ ୨୪ଟି ରାଗିଣୀର ନାମଗୋଳିଆ ମିଶା କରି ଦିଆ ହୋଇଥିବାରୁ ଏଥିରେ ଅସ୍ପଷ୍ଟତା ରହି ଯାଇଚି।ଭୈରବୀ, ଗୁଂଜରୀ, ନୀଳାମ୍ବରୀ ପ୍ରଭୃତି ସ୍ତ୍ରୀ ଲିଙ୍ଗବାଚକ ନାମଗୁଡ଼ିକୁ ରାଗିଣୀ ବୋଲି ମନେକରି ହିସାବ କଲେ ସ୍ତ୍ରୀ ରାଗର ସଂଖ୍ୟା ୧୭ ଏବଂ ଶ୍ରୀରାଗ, ଦେବଗାନ୍ଧାର, ବସନ୍ତ, ସାରଙ୍ଗ ପ୍ରଭୃତି ପୁଂଲିଙ୍ଗ ବାଚକ ନାମଗୁଡ଼ିକୁ ରାଗ ବୋଲି ଧରି ହିସାବ କଲେ ସେଗୁଡ଼ିକର ସଂଖ୍ୟା ହୋଇ ଯାଏ ୧୫।

 

ଅବଶ୍ୟ, ଏ ସଂପର୍କରେ ଗ୍ରନ୍ଥକାର ଓ ଛତିଶ ରାଗିଣୀ ପଦ୍ଧତିର ଓଡ଼ିଶୀପ୍ରବକ୍ତା ହଳଧର ମିଶ୍ରଙ୍କ ‘ସଂଗୀତକଳ୍ପଲତା’ ଗ୍ରନ୍ଥଟି ବର୍ତ୍ତମାନସଂପାଦିତ ହେଉଚି ଏବଂ ତହିଁର ଗ୍ରନ୍ଥ ପ୍ରବେଶିକାରେ ଏଇ ରାଗରାଗିଣୀ ପଦ୍ଧତିର ବିଶଦ ଆଲୋଚନା କରାଯିବାର ଅଭିଳାଷ ରଖି ସଂଗୀତ କୌମୁଦୀର ଗ୍ରନ୍ଥପ୍ରବେଶ ଏଠାରେ ଶେଷ କରୁଛିଁ। ନୃତ୍ୟ- ସଂପର୍କରେ ମଧ୍ୟ ‘ସଂଗୀତକଳ୍ପଲତା’ର ପ୍ରବେଶିକାରେ ଅନୁରୂପ ଆଲୋଚନା କରାଯିବା କାରଣ ନୃତ୍ୟନିରୂପଣ ନାମରେ ଗୋଟିଏ ଅଧ୍ୟାୟ ସଂଗୀତ କୌମୁଦୀରେ ଥିଲେହେଁ ତହିଁର ଆଲୋଚନା ଅତ୍ୟନ୍ତ ସଂକ୍ଷିପ୍ତ ତଥା ଅଗଭୀର।

 

ସଂଗୀତକୌମୁଦୀର ସଂପାଦନାର ଆଧାର

(୧) ଓଡ଼ିଶା ରାଜ୍ୟ ମ୍ୟୁୟଜିୟମ୍‌ ପୋଥି ନ: Mus ୧୯ –

ସମ୍ପାଦନାରେ ‘ଗ’ ପୋଥିରୂପେ ଚିହ୍ନିତ।

ପତ୍ର ସଂଖ୍ୟା ୧୦୩ ରୁ ୧୧୪

ପତ୍ରର ଆକାର ୩୮ ସି.:ଏମ୍‌ + ୩.୩ସି. ଏମ୍‌:

ଲିପି- ଓଡ଼ିଆ

ନକଲର ଅନୁମାନିକ କାଳ- ଖ୍ରୀ: ୧୮ଶ ଶତାବ୍ଦୀ

(୨) - ଏଜନ- ପୋଥି ନ: Mus ୫ –

ସମ୍ପାଦନାରେ ‘କ’ ପୋଥି ରୂପେ ଚିହ୍ନିତ।

ପତ୍ର ସଂଖ୍ୟା ୯୫ରୁ ୧୦୯

ପତ୍ରର ଆକାର ୩୫.୨ ସି.:ଏମ୍‌ + ୩.୩ସି. ଏମ୍‌:

ଲିପି- ଓଡ଼ିଆ

ନକଲର ଅନୁମାନିକ କାଳ- ଖ୍ରୀ: ୧୮ଶ ଶତାବ୍ଦୀ

(୩) - ଏଜନ୍‌- ପୋଥି ନ: Mus ୧୮ –

ସମ୍ପାଦନାରେ ‘ଖ’ ପୋଥିରୂପେ ଚିହ୍ନିତ।

ପତ୍ର ସଂଖ୍ୟା ୧ ରୁ ୧୪

ପତ୍ରର ଆକାର ୩୬ ସି.:ଏମ୍‌ + ୩.୧ସି. ଏମ୍‌:

ଲିପି- ଓଡ଼ିଆ

ନକଲର ଅନୁମାନିକ କାଳ- ଖ୍ରୀ: ୧୮ଶ ଶତାବ୍ଦୀ।

 

ଏହା ଛଡ଼ା ମାଡ଼୍ରାସ୍‌ ସରକାରୀ ପ୍ରାଚ୍ୟ ପୋଥି ସଂଗ୍ରହାଳୟ (Madras Government Oriental Manuscripts Library)ର R ୪୧୬୩ ସଂଖ୍ୟକ ପୋଥିରୁ ଅଣା ଯାଇଥିବା ନକଲର ମଧ୍ୟ ସାହାଯ୍ୟ ନିଆଯାଇଛି।

 

ସଂଗୀତକୌମୁଦୀ

ପ୍ରଥମପାଦଃ

ପ୍ରମଦାଜନଚିତ୍ତ ମୋହନାସ୍ତ୍ରଂ

ନୟନାନନ୍ଦନିକେତଂ ନରାଣାମ୍‌।

କମନୀୟତମାଳକାନ୍ତଂ

କଳୟେ କିଂଚନଧାମ କାମଦାୟି

ସ୍ୱରରାଗତାଳଗୀତଦୀନାଂ ଲୋକେ ପ୍ରସିଦ୍ଧରୂପାଣାମ୍‌।

କ୍ରିୟତେ ଲକ୍ଷଣମେଷାଂ ବୁଦ୍ଧ୍ୟା ସଂଗୀତକୌମୁଦ୍ୟାମ୍‌

ଗୀତଂ ବାଦ୍ୟଂ ଚନୃତ୍ୟଂଞ୍ଚ ତ୍ରୟଂ ସଂଗୀତମୁଚ୍ୟତେ।

ସାମବେଦାଦିଦଂ ଗୀତଂ ସଂଜଗ୍ରାହ ପିତାମହଃ

ସଦାଶିବଃ (୧) ଶିବା ବ୍ରହ୍ମା ଭରତଃ କାଶ୍ୟପୋ ମୁନିଃ।

ମତଙ୍ଗୋ (୨) ଯାଷ୍ଟିକୋ ଦୁର୍ଗାଶକ୍ତି ଶାର୍ଦୂଳକୋହଳୌ

ବିଶାଖିଳୋ ଦତ୍ତିଳଶ୍ଚ କମ୍ବଲୋଶ୍ୱତରସ୍ତଥା।

ବାୟୁର୍ବିଶ୍ୱାବସୂରମ୍ଭାର୍ଜ୍ଜୁନୋ ନାରଦତୁମ୍ବୂର

ଆଂଜେନୟୋ (୩) ମାତୃଗୁପ୍ତୋ ରାବଣୋ ନନ୍ଦିକେସ୍ୱରଃ।

ସ୍ୱାତିର୍ଗଣୋ ବିନ୍ଦୁରାଜଃ (୪) କ୍ଷେତ୍ରରାଜଶ୍ଚ ରାହଳଃ

ଏତେ ସଂଗୀତଶାସ୍ତ୍ରସ୍ୟ ବ୍ୟାଖ୍ୟାତାରଃ ପୁରାତନାଃ

ଅସ୍ୟ ଗୀତସ୍ୟ ମାହାତ୍ମ୍ୟଂ କଃ ପ୍ରଶଂସିତୁ (୫) ମର୍ହତେ।

ଧର୍ମାର୍ଥକାମ ମୋକ୍ଷାଣାମିଦମେକଂ ହି ସାଧନମ୍‌

 

ଉକ୍ତଂ ହି ବିଷ୍ଣୁପୁରାଣେ-

କାବ୍ୟାଳାପାଶ୍ଚ ଯେ କେଚିଦ୍‌ ଗୀତକାନ୍ୟଖିଳାନି ଚ

ଶବ୍ଦମୂର୍ତ୍ତିଧରସୈ୍ୟତେ ବିଷ୍ଣୋରଂଶା ମହାତ୍ମନଃ

(୬) ସପ୍ତସ୍ୱରାସ୍ତ୍ରୟୋ ଗ୍ରାମା ମୂର୍ଚ୍ଛନାସ୍ତେକବିଂଶତିଃ।

ଦ୍ୱାବିଂଶତିସ୍ତୁ ଶ୍ରୁତୟ (୭) ସ୍ତାନାଃ ପାଞ୍ଚଶୂଦନାକାଃ

ଷଡ଼୍‌ଜୋ ଋଷଭଗାନ୍ଧାରୌ ମଧ୍ୟମଃ ପଞ୍ଚମସ୍ତଥା।

ଧୈବତଶ୍ଚ ନିଷାଦଶ୍ଚ ସ୍ୱରାଃ ସପ୍ତ ପ୍ରକୀର୍ତିତାଃ ୧୦

ତାରୋ ମନ୍ଦ୍ରୋ ଘୋରତଶ୍ଚ ତେଷାଂ ବୃତ୍ତୟସ୍ତିସ୍ରଃ।

ଗ୍ରାମୈସ୍ତ୍ରିଭିରପି ମିଳତିାଃ ଶ୍ରୁତିଲଳିତା ସ୍ତାରମନ୍ଦ୍ରଗମ୍ଭୀରାଃ ୧୧

ଗୀତେ ନିବନ୍ଧରୂପାସ୍ତେ ତ୍ୱନିବଦ୍ଧା (୮) ସ୍ତଥାଳାପେ।

ନୋକ୍ତା ବିସ୍ତାରଭୀତ୍ୟା ସ୍ୱରବେଦିଭିରେବ ତେ ଜ୍ଞେୟାଃ ୧୨

ଶ୍ରୁତିରାହ

(୯) ନାନ୍ଦୀ ବିଶାଳାସୁମୁଖୀ ବିଚିତ୍ରାଃ ଷଡ଼୍‌ଜଜାଃ ସ୍ମତାଃ।

ଚିତ୍ରାଘନା (୧୦) ଚାଳନିକା ଋଷଭେ ତିସ୍ର ଈରିତାଃ ୧୩

ଗାନ୍ଧାରେ ସରସା ମାଳା ମଧ୍ୟମେ ମାଗଧୀ ଶିବା।

ମାତଙ୍ଗିକା ଚ (୧୧) ମୈତେୟ୍ରୀ ଚତସ୍ରଃ ପରକିୀର୍ତ୍ତିତାଃ ୧୪

(୧୨) ବାଳା କଳା କଳରବା ଶାର୍ଙ୍ଗରବ୍ୟପି ପଞ୍ଚମେ।

ମାଳା ରସାଽମୃତାଶ୍ଚେତି ତିସ୍ରୋ ଧୈବତନାମନି ୧୫

(୧୩) ନିଷାଦନାମନି ଦ୍ୱେ ଚବିଜୟା ମଧୁକର୍ୟ୍ୟପି।

ଇତି ସ୍ୱରାଣାଂ ଶ୍ରୁତୟୋ ଦ୍ୱାବିଂଶତିରୁଦୀରିତାଃ ୧୬

ଇତି ସଙ୍ଗୀତକୌମୁଦ୍ୟାଂ ସ୍ୱରନିରୂପଣୋ ନାମ ପ୍ରଥମଃ ପାଦଃ

 

ଦ୍ୱିତୀୟପାଦଃ

ଅଥ ରାଗାନାହ-

ଭୈରବୋ ଭୂପତିଶ୍ଚୈବ ଶ୍ରୀରାଗଃ (୧) ପତମଂଜରଃ।

(୨) ବସନ୍ତକଶ୍ଚ ଭୂପାଳଃ ସାଲଙ୍ଗୋ ମାଳବସ୍ତଥା

ଏତେ ସଂଗୀତଜ୍ଞୈଃ ପୁମାଂସୋଽଷ୍ଟ ପ୍ରକୀର୍ତ୍ତିତାଃ।

ଶ୍ରୀରାଗୋ ଦେବଗାନ୍ଧାରୋ ଭୈରବୀ (୩) ଗୁଂଜରୀ ତଥା

ନୀଳାମ୍ବରୀ (୪) ବରାଡ଼ୀ ଚ (୫) ମେଘରଂଜୀ ତତଃ ପରମ୍‌।

ବୋଲାବଳୀ ଦେଶକରୀ ବଙ୍ଗାଳୀ ମାଳବୀ ତଥା

 

୧। ଶିବୋ- କ, ଖ, ୨। ଯଷ୍ଟିଦର୍ଶଶ୍ଚ- ଖ, ଗ, ୩। ମାସଗୁପ୍ତୋ- ଗ, ୪। ଦେବରାଜଶ୍ଚ-ଖ, ଗ, ଏହାର ପରବର୍ତ୍ତୀ ‘ରାହଳଃ’ ଶବ୍ଦଟି ‘ଖ’ ପୋଥିରେ ଲୁପ୍ତ। କ୍ଷତ୍ରରାଜଶ୍ଚ-୫। ମିହତେ-କ ‘ସଦାଶିବଃ’ଠାରୁ ‘ରାହଳଃ’ ପର୍ଯ୍ୟନ୍ତ ତିନୋଟି ଶ୍ଳୋକ ଶାର୍ଙ୍ଗଦେବଙ୍କ ସଂଗୀତ ରତ୍ନାକର,୧/୧- ୧୫ଶ, ୧୬ଶ ଓ୧୭ଶ ଶ୍ଳୋକମାନଙ୍କସହିତ ସମାନ।୬।ସପ୍ତସ୍ୱରାସ୍ତ୍ରଯୋଗାସ୍ୟ- ଖ।

 

୭। ସ୍ତାଳାଃ- କ, ସ୍ତାନଂ- ଗ। ୮। ସ୍ତଥାଳାପଃ- ଖ, ୯। ନାନ୍ୱ- ଗ, ୧୦. ଖଳନିକା- ଗ, ୧୧. ମୈତ୍ରୀ-ଗ, ୧୨. ଶୀଳା- ଗ, ୧୩. ନିଷାଦା-ଗ ୧. ଧମଂଜରୀଃ ୨. ବାସନ୍ତିକଶ୍ଚ- ଖ, ଗ, ୩. ଗୁଜ୍ୱରୀ- ଖ, ୪. ବରାଳୀଖ, ୫. ମେଘମଂଜରୀ- ଗ।

 

(୬) ତଥା (୭) ମଳହରୀ ଚୈବ (୮) ଦେଶିକାରସ୍ତତଃ ପରମ୍‌।

(୯) ରାମକ୍ରିୟସ୍ତଥା ତୋଡ଼ୀ ରାଗୋ (୧୦) ଦେବକ୍ରିୟସ୍ତଥା

ପଡ଼ମଂଜରରାଗଶ୍ଚ ତଥା କୁରୁଜୁରେବ ଚ।

(୧୧) ଗୁଣ୍ଡକ୍ରିୟା ମହାରାଗଃ ସାରଙ୍ଗଶ୍ଚ ତଥୈବ ଚ

ବସନ୍ତ (୧୨) ଧନସୀରାଗୌ ଲଳିତୋ ନାଟ ଏବ ଚ।

(୧୩) କାମ୍ଭୋଜି ଭୌଳି ଭୋପାଳ୍ୟୋ ଆଭୀରୀ ବଳହଂସକଃ

ନାରାୟଣିରିତି ଖ୍ୟାତଃ ଶଙ୍କରାଭରଣସ୍ତଥା।

(୧୪) ହିଣ୍ଡୋଳି ରାଗ ଇତ୍ୟେତେ ରାଗା ଦ୍ୱାତ୍ରିଂଶଦୀରିତାଃ

(୧୫) ଚତୁର୍ବିଂଶତି ରାଗିଣ୍ୟସ୍ତାସ୍ତେଷାଂ ତ୍ରୟ ଈରିତାଃ

ରାଗା ରାଗିଣ୍ୟଶ୍ଚ କ୍ରମାଃ ସଂମିଶ୍ରିତାଃ (୧୬) ପ୍ରକୃତିରମ୍ୟାଃ।

ଭେଦାନ୍‌ ବହୂନ୍‌ ଭଜନ୍ତେ(୧୭)ଦୁଷ୍ଟାଶ୍ଚେଦଗାୟକାନ୍‌ ତାବନ୍ତଃ

 

କେ ତେ ଇତ୍ୟାହ

ସଂଦଷ୍ଟୋଦ୍‌ଘୁଷ୍ଟସୂତ୍‌କାରୀ ଭୀତକଂ ପିତଶଂକିତାଃ।

(୧୮)ବିକଳଃକରାଳୀ କାକୀ ବିତାଳ (୧୯) କରଭୋଦ୍‌ଭଟାଃ।୯

(୨୦) ଝୋଂବକସ୍ତୁମ୍ବକୀ ବକ୍ରୀ ପ୍ରସାରୀ ବିନିମୀଳକଃ।

(୨୧) ବିରସାପସ୍ୱରାବ୍ୟକ୍ତସ୍ଥାନଭ୍ରଷ୍ଟା ବ୍ୟବସ୍ଥିତାଃ୧୦

ମିଶ୍ରକୋନଽବଧାନଶ୍ଚ ତଥାନ୍ୟଃ ସାନୁନାସିକଃ।

(୨୨) ପଞ୍ଚବିଂଶତିରିତ୍ୟେତେ ଗାୟକା ନିନ୍ଦିତା ମତାଃ ୧୧

ସଂଦସ୍ୟ ଦଶନାନ୍‌ ଗାୟନ୍‌ (୨୩) ସଂଦଷ୍ଟଃ ପରିକୀର୍ତ୍ତିତଃ।

ଉଦ୍‌ଘୁଷ୍ଟୋ ବିସରୋଦ୍‌ଘୋଷଃ ସୂତ୍କାରୀ ସୂତ୍‌କୃତୈର୍ମୁହୁଃ ୧୨

ଭୀତୋ ଭୟାନ୍ୱିତୋ ଗାତା ତ୍ୱରୟା (୨୪) ଶଙ୍କିତୋ ମତଃ।

କଂପିତଃ କଂପନାଜ୍‌ଜ୍ଞେୟଃ ସ୍ୱଭାବାଦ୍‌ (୨୫) ଗାତ୍ରଶବ୍ଦୟୋଃ।।୧୩

କରାଳୀ ଗଦିତଃ ସଦ୍‌ଭିଃ କରାଳୋଦ୍‌ଘାଟିତାନନଃ।

(୨୬) ବିକଳଃ ସ ତୁ ଯୋ ଗାୟେତ୍‌ ସ୍ୱରାନ୍‌ ନୂୟନାଧିକଶ୍ରୁତୀନ୍‌ ୧୪

କାକ କ୍ରୁରରବଃ କାକୀ ବିତାଳସ୍ତାଳବିଚୁୟତଃ।

(୨୭) ଦଧାନଃ କନ୍ଧରା ମୂର୍ଦ୍ଧାଂ କରଭୋଽଭିହିତୋ ବୁଧୈଃ ୧୫

(୨୮) ଛାଗବଦ୍‌ବହନୀଂ କୁର୍ବନ୍ନୁଦ୍‌ଭଟୋଽଧମଗାୟନଃ।

(୨୯) ସିରାଳ ଭାଳବଦନଗ୍ରୀବୋ ଗାତା ତୁ ଝୋଂବକଃ ୧୬

ତୁଂବକୀ ତୁଂବକାକାରୋତ୍‌ ଫୁଲ୍ଲ (୩୦) ଗଲ୍ଲସ୍ତୁ ଗାୟନଃ।

ବକ୍ରୀ ବକ୍ରୀକୃତଗଳୋ (୩୧) ଗାୟନ୍‌ ଧୀରୈରୁଦୀରିତଃ ୧୭

ପ୍ରସାରୀ ଗୀୟତେ (୩୨) ତଜ୍‌ଜ୍ଞୈର୍ଗାତ୍ରଗୀତପ୍ରସାରଣାତ୍‌।

ନିମୀଳକସ୍ତୁ ଯୋ ଗାୟୋନ୍ନିମୀଳିତବିଲୋଚନଃ ୧୮

ବିରସୋ ନୀରସୋ (୩୩) ବର୍ଜ୍ୟସ୍ତ୍ୱରଗାନାଦପସ୍ୱରଃ।

ଗଦ୍‌ଗଦଧ୍ୱନିର (୩୪) ବ୍ୟକ୍ତ ବର୍ଣସ୍ତ୍ୱବ୍ୟକ୍ତ ଉଚ୍ୟଚେ ୧୯

ସ୍ଥାନଭ୍ରଷ୍ଟଃ ସ ଯଃ ପ୍ରାପ୍ରୁମଶକ୍ତଃ ସ୍ଥାନକତ୍ରୟମ୍‌।

ଅବ୍ୟବସ୍ଥିତ ଇତ୍ୟୁକ୍ତଃ ସ୍ଥାନକୈରବ୍ୟବସ୍ଥିତୈଃ ୨୦

ଇତରେଷାଂ ଚ ରାଗାଣାଂ ମିଶ୍ରକୋ ଭୂରିମିଶ୍ରଣାତ୍‌।

(୩୫) ସ୍ଥାୟାଦିଷ୍ୱବଧାନେନ ନିର୍ମୁକ୍ତୋଽନବଧାନକଃ୨୧

ଗେୟଂ ନାସିକୟା ଗାୟନ୍‌ ଗୀୟତେ ସାନୁନାସିକଃ।

ଷାଡ଼ବୌଡ଼ବସଂପୂର୍ଣ୍ଣା ରାଗାଃ ସ୍ୟୁସ୍ତ୍ରିବିଧା ମତାଃ ୨୨

(୩୬) ଷଡ଼ଭିଃ ସ୍ୱରୈସମୁତ୍‌ଥାନାତ୍‌ ଷାଡ଼ବାସ୍ତେ ପ୍ରକୀତର୍ତିାଃ।

(୩୭) ପଞ୍ଚଭିସ୍ତ୍ୱୌଡୁବାଃ ପୂଣୈଃ ସ୍ୱରୈଃ ସଂପୂର୍ଣକା ମତାଃ ୨୩

 

କେ ତେ ଇତ୍ୟାହ

ନୀଳାମ୍ବରୀ (୩୮) ବରାଡ଼ୀ ଚ ଭୈରବୀ ଗୁଜ୍ଜରୀ ତଥା।

ବଂଗାଳୀ ମେଘରଂଜୀ ଚ ମଳହା ଦେଶିଭୋଳିକୌ ୨୪

ହିଂଦୋଳଶ୍ଚ ବସନ୍ତଶ୍ଚ ତୋଡ଼ୀ ନାରାୟଣାଭିଧଃ।

 

୬. ଦେଶୀ- କ, ୭. ମଚହରୀ-ଗ, ୮. ଦେଶିକାରଳୟେ- ଗ, ୯. ରାମକୀରି- ଗ, ୧୦. ବେଦକ୍ରିୟଃ- ଖ, ୧୧. ଗୁଣ୍‌କ୍ରିୟା ମହାରାଗଃ- ଏହା ଖ ପୋଥିରେ ଲୁପ୍ତ। ୧୨. ଧନାସି- ଗ, ୧୩. କାମ୍ଭୋଜୀ- ଗ, ୧୪. ହିଂଦୋଳ-ଗ ୧୫. ଚତୁର୍ବିଂଶତି ରାଗା ଯେ ତେଷାଂ ତା ସ୍ତ୍ରିୟ- ଗ, ୧୬. ବିକୃତରମ୍ୟାଃ-ଖ, ୧୭. ଦୁଷ୍ଟାଶ୍ଚେଦାୟକାନ୍‌- ଗ, ୧୮. କପିଳଃ- କ, ଖ, ଗ. ବିକଳଃ ସଂଗୀତରତ୍ନାକର ଅନୁସାରେ୧୯. କରଭୋଦ୍ଧତାଃ- ଖ, ଗ. ୨୦. ସାମ୍ୟକସ୍ତୁମ୍ବୁକୀଗ, ୨୧. ବର ସୋ ବିସ୍ୱରା- ଖ,ଗ ୨୨. ଏକ ବିଂଶତିଃ-କ ୨୩. ‘ଖ’ ପୋଥିରେ ଲୁପ୍ତ, ୨୪. କଂପିତୋ- ଖ, ୨୫. ଗୀତ- ଖ।

 

୨୬. କପିଳଃ- ଖ, ଗ, ୨୭. ବହଶ୍ଚ କଂପିତା ମୂର୍ଦ୍ଧଂ- ଖ ବହୁକଂପିତମୂର୍ଦ୍ଧାଗ, ୨୮. ଛାଗବନ୍ଧମନଂ କୁର୍ବନୁଦ୍ଧତୋ- ଖ, ଛାଗବନ୍ଧମନୀଂ- ଗ, ୨୯. କରାଳଖ,ଗ, ୩୦. ଗଣ୍ଡ- ଗ, ୩୧. ଗାନେ- ଖ, ୩୨. ଲୋକେ ଗୀତେ ଗୀତ ପ୍ରସାରିଣୀ- ଖ, ୩୩. ବର୍ଜ୍ୟସ୍ୱରଗାୟୀ ତୁ ବିସ୍ୱରଃ- ଖ ବକ୍ରସ୍ୱରଗାତା- ଗ, ୩୪. ସଂରକ୍ତ- ଗ, ୩୫. ସ୍ଥାନାଦି- ଖ, ଗ. ୩୬. ଷଡ଼ଜସ୍ୱରୈ- ଗ ୩୭. ସ୍ତୌଡ଼ବଃ- କ, ଖ, ଘ, ୩୮. ବରାଳୀ-ଗ।

 

ରାମକ୍ରିୟା ମହାରାଗୋ ବଳହଂସ ଇତି କ୍ରମାତ୍‌ ୨୫

ଭରତୋନୋଦିତାଃ ପଞ୍ଚଦଶ ରାଗାସ୍ତୁ ଷାଡ଼ବାଃ।

ଆଭୀରୀ ଦେବଗାଂଧାରୌ ବେଳା ଦେବକ୍ରିୟୋଽଭିଧଃ ୨୬

ଗୁଣକେରୀ କୁରଂଜୀ ଚ କାମ୍ବୋଜୀ (୩୬) ପତମଂଜରଃ।

ଧନାସୀ ଲଳିତଶ୍ଚେତି ଦଶୋକ୍ତା ଔଡ଼ବା ଇତି ୨୭

ସଂପୂର୍ଣରାଗୋ ନାଟଃ ସ୍ୟାତ୍‌ ଷଡ଼୍‌ଜାଦିଃ ପରିକୀର୍ତ୍ତିତଃ।

ଭୂପତିର୍ମଧ୍ୟମାଦିଃ ସ୍ୟାତ୍‌ ଶ୍ରୀରାଗୋ ମଧ୍ୟମାଦିକଃ ୨୮

ଗାନ୍ଧାରାଭରଣୋ ନାମ ନିଷାଦାଦିରୁଦାହୃତଃ ୨୯

ସାଲଙ୍ଗୋ ଧୈବତାଦିଶ୍ଚ ସଂପୂର୍ଣ୍ଣାଃ ସପ୍ତ କୀର୍ତିତାଃ।

ଷାଡ଼ବୌଡ୍ରୁବ (୪୦) ସଂପୂର୍ଣାନ୍‌ ବୀଣାଦୌ ଲକ୍ଷ୍ୟେନତ୍‌ ପରମ୍‌ ୩୦

ଶ୍ରୀପଞ୍ଚମ୍ୟାଦିକଂ ଯାବତ୍‌ ବିଷ୍ଣୋଃ ଶୟନମେବ ଚ।

ତାବଦ୍‌ ବସନ୍ତୋ ଗୀୟେତ ପ୍ରଭାତେ ଭୈରବାଦିକମ୍‌ ୩୧

(୪୧) ମଧ୍ୟାହ୍ନେ ତୁ ବରାଡ଼୍ୟାଦେଃ ସାୟଂ (୪୨) କର୍ଣାଟନାଟୟୋଃ।

(୪୩) ଶ୍ରୀରାଗମାଳବାଦେଶ୍ଚ ଗାନେ ଦୋଷୋ ନ ଜାୟତେ ୩୨

ଇନ୍ଦ୍ରପୂଜାଂ ସମାସାଦ୍ୟ ଯବଦ୍‌ଗିରିସୁତାର୍ଚ୍ଚନମ୍‌।

ତାବଦେବ ସମୁଦ୍ଦିଷ୍ଟଂ ଗାନଂ ଗାନଂ ବୈ ମାଳବଶ୍ରିୟଃ ୩୩

ଆଜ୍ଞାୟାଂ (୪୪) ପାର୍ଥିବାଦୀନାଂ ରଂଗଭୂମୌ ବିଶେଷତଃ।

ସର୍ବେଷାମେବ ରାଗାଣାଂ ନ ଗାନେ କାଳନିଶ୍ଚୟଃ ୩୪

ଇତି ସଂଗୀତକୌମୁଦ୍ୟାଂ ରାଗନିରୂପଣୋ

ନାମଦ୍ୱିତୀୟଃ ପାଦଃ

 

ତୃତୀୟଃ ପାଦଃ

ଅଥ ତାଳସ୍ୱରୂପ ମାହ (୧)

ତାଳସ୍ତଳପ୍ରତିଷ୍ଠାୟାମିତି ଧାତୋର୍ଘସ୍ମୃତଃ।

ତଳୟୋରୁଭୟୋର୍ଯୋଗାତ୍‌ ତାଳ ଇତ୍ୟେବ ବା ପୁନଃ

ପରିଭାଷାମାହ-

ମସ୍ତ୍ରିଗୁରୁସ୍ତ୍ରିଲଘୁଶ୍ଚ ନକାରୋ

ଭାଦିଗୁରୁଃ ପୁନରାଦିଲଘୁର୍ୟଃ।

ଜୋ ଗୁରୁମଧ୍ୟଗତୋ ରଳମଧ୍ୟଃ

ସୋଽନ୍ତଗୁରୁଃ କଥିତୋଽନ୍ତଲଘୁସ୍ତଃ

ଗୁରୁରେକୋ ଗକାରଃ ସ୍ୟାତ୍‌ ଲକାରୋ ଲଘୁରେକକଃ।

ପ୍ଳୁତଃ ପକାର ଇତ୍ୟେବଂ ବିଜ୍ଞେୟଂ ପରିଭାଷାୟା

ଅଥ ତାଳାଙ୍ଗାନ୍ୟାହ-

ଅନୁଦ୍ରୁତୋ ଦ୍ରୁତଶ୍ଚୈବ ଲଘୁର୍ଗୁରୁରତଃ ପରମ୍‌।

ପ୍ଳୁତଶ୍ଚୈବ କ୍ରମେଣୈବ ତାଳାଙ୍ଗାନି ଚ ପଞ୍ଚଧା

ହ୍ରସ୍ୱୋ ଲଘୁର୍ଲଦ୍ୱୟଂ ଚ (୧) ଗୁରୁର୍ଲତ୍ରିତୟଂ ପ୍ଲୁତମ୍‌।

ଦ୍ରୁତଶ୍ଚାର୍ଦ୍ଧଲଘୁଶ୍ଚାନୁଦ୍ରୁତଶ୍ଚୈବ ତଦର୍ଦ୍ଧକମ୍‌

ଏକମାତ୍ରୋ ଲଘୁଃ ପ୍ରୋକ୍ତୋ ଦ୍ୱିମାତ୍ରୋ ଗୁରୁରୁଚ୍ୟତେ।

ତ୍ରିମାତ୍ରଶ୍ଚ ପ୍ଲୁତୋ ଜ୍ଞେୟୋ ଦ୍ରୁତଃ ସ୍ୟାଦର୍ଦ୍ଧମାତ୍ରକମ୍‌ (୨)

ଦ୍ରୁତାଶ୍ରୟଂ ତୁ କଥିତଂ ଚତୁରଂଗୁଳବିସ୍ତୃତମ୍‌।

ଲଘୁରଷ୍ଟାଂଗୁଳଃ ପ୍ରୋକ୍ତୋ ଗୁରୁଃ ସ୍ୟାତ୍‌ ଷୋଡ଼ଶାଙ୍ଗୁଳଃ

ପ୍ଲୁତସ୍ତ୍ୱଷ୍ଟାଙ୍ଗୁଳଃ ପ୍ରୋକ୍ତସ୍ତାଳଘାତେ ମନୀଷିଭିଃ।

ଉଚ୍ଚୈର୍ଘାତଃ ସଶବ୍ଦଃ ସ୍ୟାଦେକ ଏବ ଲଘୋଃ ପରମ୍‌

ଗୁରୌ ଘାତଦ୍ୱୟଂ ପ୍ରୋକ୍ତମେକୋ ନାଦ୍ୟଃ ପରୋଽସ୍ୱନଃ।

ସୋଽପ୍ୟୁର୍ଦ୍ଧ୍ୱଂ ଯାତି ଚ ଲଘୋରର୍ଦ୍ଧନାଦା ଦ୍ରୁତାହତିଃ

ପ୍ଲୁତେ ଘାତଃ ସଶବ୍ଦଃ ସ୍ୟାଦେକୋଘାତଦ୍ୱୟଂ ତତଃ।

ତନ୍ନିଃଶବ୍ଦମେକ ଉର୍ଦ୍ଧ୍ୱଂ ପ୍ରପତେଦପରସ୍ତ୍ୱଧଃ୧୦

ଇତି ସଂଗୀତକୌମୁଦ୍ୟାଂ ତାଳସ୍ୱରୂପନିରୂପଣୋ ନାମ ତୃତୀୟଃ ପାଦଃ

୩୯. ପତମଂଜରୀ- ଗ, ୪୦. ବୌଡ଼ବଃ- କ, ଖ, ଗ, ୪୧. ପ୍ରଯତ୍ନେନ ତୂ ରାତ୍ର୍ୟାଦେଃ ନିଶି- ଖ ୪୨. ‘ନାଟୟୋଃ’ ଉତ୍ତରାରୁ ‘ଗ’ ପୋଥିରେ ଅଛି-

ଆଦିମଧ୍ୟାବସାନେଽପି ଯରତୌ ଯାନ୍ତି ଲାଘବମ୍‌।

ଭଜସା ଗୌରବଂ ଯାନ୍ତି ମନୌତୁ ଗୁରୁଲାଘବମ୍‌

୪୩. ଶ୍ରୀରାଗ ପତମଂଜର୍ଯ୍ୟାଂ ୪୪. ଭୂମିପାଦୀନାଂ- ଖ

ଏହା ପରେ ୩ୟ ଶ୍ଳୋକ ଶେଷଯାଏ ଥିବା ପାଠ ମଧ୍ୟରୁ କେବଳ ‘ମସ୍ତ୍ରିଗୁରୁରିତି’ ବ୍ୟତୀତ ସମସ୍ତ ପାଠ ଗ ପୋଥିରେ ଲୁପ୍ତ।

୧. ଗୁରୁ ର୍ଲତି୍ର ପ୍ଲୁତତ୍ରୟମ୍‌ - ଖ ୨. ଏହା ପରେ ଗ ପୋଥିରେ ଅଛି “ଦ୍ରୁତାର୍ଦ୍ଧଃ ସ୍ୟାଦନୁଦ୍ରୁତ ସ୍ୟାଦ୍‌ ବିରାମ ଇତି ସ୍ମୃତଃ”।

 

ଚତୁର୍ଥଃ ପାଦଃ

ଅଥ ତାଳନାହ-

ତାଳେ କୁଡ଼ିକ୍କନାମ୍ନି ସ୍ୟାଦ୍ଦ୍ରୁତଦ୍ୱନ୍ଦାଲ୍ଳଘୁ ଦ୍ୱୟମ୍‌। ୦୦

ଜୟ ଜନରଂଜନ ଦନୁସୁତଭଂଜନ ଇତ୍ୟେବମ୍‌।

ଆଦିତାଳେ ଲଘୁଃ ପ୍ରୋକ୍ତୋ ଦ୍ରୁତତ୍ରୟମପୀଷ୍ୟତେ

୦୦୦

ଉଦାହରଣମ୍‌-

କମଳାକୁଚଭର ବିମଳାମ୍ବରହର ଇତ୍ୟେବମ୍‌।

(୧) ଏକତାଳୀ ଦ୍ରୁତେନ ଚ।

ତଦ୍‌ ଯଥା- ଗୋପୀନନ୍ଦିତ ସୁରମୁନିବଂଦିତ।

ଲଘୁଦ୍ୱୟାଦ୍ଦ୍ରୁତଦ୍ୱନ୍ଦଂ ଯତିତାଳେ ପ୍ରକୀର୍ତିତମ୍‌

୦୦

ଆ ଆ ଶ୍ୟାମସୁନ୍ଦର ବିଧୃତମନ୍ଦର ଇତ୍ୟେବମ୍‌।

ତ୍ରିପୁଟାଖ୍ୟେ ତୁ ତାଳେ ସ୍ୟାଦ୍‌ ବିରାମାନ୍ତଂ ଦ୍ରୁତତ୍ରୟମ୍‌।

୦୦୦/

(୨) କମଳଲୋଚନ ଦୁରିତମୋଚନ

ନିର୍ବିରାମଦ୍ରୁତଦ୍ୱନ୍ଦାଲ୍ଳଘୁନା ଝଂପକୋ ମତଃ

୦୦।

ଯଥା-(୩) ନମ ଭୁବନମଣ୍ଡନଂ ଦନୁଜବଳଖଣ୍ଡନମ୍‌ ଇତ୍ୟେବମ୍‌।

ସବିରାମଦ୍ରୁତଦ୍ୱନ୍ଦାଲ୍ଲଘୁଃ ସ୍ୟାଦଡ୍ଡତାଳକେ।

୦୦/।

ମୁରହରୋ ହରତୁ ତେ ଗୁରୁତରାମାପଦମ୍‌।

ଅନ୍ୟେ ତୁ

ସବିରାମଦ୍ରୁତଯୁଗଲାଲ୍ଳଘୁରେକୋ ଝଂପକଃ କଥିତଃ

ବିନିମୟ ଏବାସ୍ୟ ପୁନଃସମବାୟେ ତୁଡ୍ଡତାଳସ୍ୟ।

ଉପାଡ୍ଡତାଳ ଏକେନ ଦ୍ରୁତେନ ପରିକଳ୍ପିତଃ।

ତଦ୍‌ୟଥା

(୨) ନମତ ନନ୍ଦନନ୍ଦନମ୍‌।

ଦ୍ରୁତଦ୍ୱନ୍ଦାଲ୍ଲଘୁଦ୍ୱନ୍ଦଂ ତାଳେ ନିଃସାରୁକେ ମତମ୍‌

୦୦

ତଦ୍‌ୟଥା

ଦଂଷ୍ଟ୍ରୋଧୃତ ଧରଣେ ଧରତୋ ଭବଜଳନିଧି ତରଣେ ତରଣେ।

ରୂପକାଖ୍ୟେ ତୁ ତାଳେ ସ୍ୟାତ୍‌ ସବିରାମଂ ଦ୍ରୁତଦ୍ୱୟମ୍‌।

୦/୦/

ତଦ୍‌ୟଥା-

ଜୟ (୩) ସୁରମୁନି କିନ୍ନରେଶ ଲୀଳାଧୃତ (୪) ଗୋପବେଶ।

ସଗଣାଲ୍ଲଘବୋଽ ଶବ୍ଦାଶ୍ଚତ୍ୱାରୋ ମଣ୍ଠକେ ପୁନଃ

////

ଜୟ କଂସାସୁରନୃଶଂସ କରସରସିକ କଳିତବଂଶ।

ଏତେ ତାଳା ଭୂବି ଖ୍ୟାତାଃ ସ୍ୱର୍ଗେ ଚଚ୍ଚପୁଟାଦୟଃ।

କେଚିତ୍ତତ୍ର ପ୍ରଦର୍ଶ୍ୟନ୍ତେ ଯେ କର୍ଣ୍ଣସୁଖଦାୟିନଃ

ତାଳେ ଚଚ୍ଚତ୍‌ପୁଟେ (୫) ଜ୍ଞେୟା ଗୁରୁଦ୍ୱୟଲଘୁପ୍ଲୁତାଃ।

ଽଽ।

ନୌମି ବାଳଚେଷ୍ଟିତଂ ଗୋପଯୁବତିବେଷ୍ଟିତମ୍‌।

ଭଗୌ ଚାଚପୁଚେ ପ୍ରୋକ୍ତୌ

ଽ ଽ। ଽ

ଜୟ ନଗଧର ବେଣୁଚୁମ୍ବି ବିମ୍ବାଧର।

ରଗଣୋ ଢେଙ୍କିକାଭିଧେ

ଦନୁଜବଂଶଦାବଦହନରେ। ପ୍ରୁତୌ ଲଘୁଚତୁଷ୍କଂ ଚ ମୌଲୌ ଦ୍ରୁତଯୁଗଂ ଲଘୁଃ।

ଲଚତୁଷ୍କଂ ବିନାଶବ୍ଦଂ ତାଳୋଽୟଂ ବାଦକାକୁଳଃ

ଲ ଲ ‖‖‖ଽଽଽଽଽଽଽ୦୦।////

୧.ଖ ପୋଥିରେ ଲୁପ୍ତ ୨.କମଳଲୋଚନ- ଖ ପୋଥିରେ ଲୁପ୍ତ, ୩.ନମୋ-ଖ

୨. ନମୋ - ଖ, ୩. ନର - ଖ, ୪. କୃତ - କ, ୫. ଗେୟା କ, ଖ।

ଚନ୍ଦ୍ରକଚୟ ଚାରୁଚୂଳମୁତ୍ପଳ ଶୁଭକର୍ଣ୍ଣମୂଳାମ୍ବୁଜ

ନିଭନୟନଯୁଗ୍ମରାଜିତମ୍‌

ନିର୍ଜିତଶଶି ତିଳ କୁସୁମପ୍ରତିମନାସିକାନ୍ୱିତଂ କେଶବ ତବ ବଦନମିଦଂ

ଚିନ୍ତୟେୟମହନର୍ଶମ୍‌।

ଚତ୍ୱାରୋ ଗୁରବୋ ଯତ୍ର ଚତ୍ୱାରାଃ ପ୍ଲୁତକା ଅପି।

ଲଘ୍ୱକ୍ଷରାଣି ଚତ୍ୱାରି ତାଳୋଽୟଂ ନଳକୂବରଃ ୧୦

ଽଽଽଽଲ ଲ ଲ ଲ।।।।

ପୀତାମ୍ବରମିନ୍ଦୀବର ସୁନ୍ଦରତରରୋଚିସମ୍‌

ଗୋପୀଜନନୟନବନ୍ଧନାଳୟମ୍‌

ଜିତରତିପତିରୂପଭୁବନମୋହନଂ ନମତ ନନ୍ଦନନ୍ଦନମ୍‌।

ତପୌ ଲୋ ଗୋ ଦ୍ରୁତୌ ଗୌଲ ପଲପାଗଶ୍ଚ ଲଦ୍ୱୟମ୍‌।

ନିଃଶବ୍ଦଂ ଲଚତୁଷ୍କଂ ଚ ତାଳେ ସ୍ୟାତ୍‌ ସିଂହନନ୍ଦେନ

ଽ ଽ। ୦୦ଽ ଽ।ଲ। ଲ ଽ।।////

ଦଧତଂ ତଂ ମୁଖଶଶିନଂ କୁଟିଳକୁନ୍ତଳାବୃତଂ ରସିଜମିବ ପରିଭ୍ରମଭ୍ରମରରାଜିତମ୍‌।

ସଜଲଜଲଦକାନ୍ତିକାୟ କାମକୋଟିନିନ୍ଦନମ୍‌

ଭବତ ନତା ଭବଚ୍ଛିଦେ ଭୂମିତନୟ ସୂଦନମ୍‌।

ଇତ୍ୟେତେ କଥିତାସ୍ତାଳାଃ ଯେ ପ୍ରସିଦ୍ଧିମୁପାଗଣତାଃ ୧୧

ଇତି ସଂଗୀତ କୌମୁଦ୍ୟାଂ ତାଳନିରୂପଣୋ ନାମଚତୁର୍ଥଃ ପାଦଃ।

 

ପଞ୍ଚମଃ ପାଦଃ

କୁଡ୍ଡୁକାଦେକତାଳିନାଂ ଯତିସ୍ତ୍ରିପୁଟୟୋସ୍ତଥା।

ଝଂପାଡ୍ଡତାଳୟୋର୍ବନ୍ଧଃ ସମାବେଶଃ ସମଃ ସ୍ମୃତଃ

ଖଣ୍ଡଃ ଷୋଡ଼ଶମାସ୍ତ୍ରାଭିସ୍ତ୍ରୟାଣାମାଦିତଃ ସ୍ମୃତଃ।

ପ୍ରାନ୍ତଃ ଖଣ୍ଡଶ୍ଚତୁର୍ଦ୍ଦଶମାତ୍ରାଭିରପକଳ୍ପତେ

କିଞ୍ଚାତ୍ରାଷ୍ଟମମାତ୍ରାୟାଂ ଭଂଗୀୟତ୍ୟାତ୍ମକଃ ପୁନଃ।

ଗୀତେ ଭଙ୍ଗୀନଶେଷଜ୍ଞୈରିଷଦ୍‌ ବିଶ୍ରାନ୍ତିରୁଚ୍ୟତେ

ଏବଂ ଦ୍ୱିସ୍ତିଶ୍ଚତୁଃଖଣ୍ଡୈସ୍ତାଳେଷ୍ୱପ୍ୟପରେଷୁ ଚ।

ଉଦ୍‌ଗ୍ରାହାଦେଃ କଳ୍ପନାଂ ତୁ ଯଥା ଲାଲିତ୍ୟମାଚରେତ୍‌

ଖଣ୍ଡୋ ମାତ୍ରା ଚତୁର୍ଦ୍ଦଶଭିର୍ଯତିସ୍ତ୍ରିପୁଟୟୋଃ ପୁନଃ।

ଭଙ୍ଗା ସପ୍ତମମାତ୍ରାୟାଂ ପ୍ରାନ୍ତୋ ଦ୍ୱାଦଶଭିଃ ସ୍ମୃତଃ

ଝଂପାଡ୍ଡତାଳୟୋର୍ଖଣ୍ଡୋ ମାତ୍ରାଭିର୍ଦଶଭିର୍ଭବେତ୍‌।

(୧) କୁତ୍ରାପି ପଞ୍ଚଦଶଭିରୁନବିଂଶତଭିଃ କ୍ୱଚିତ୍‌

ସର୍ବତୈବ ହି ପଞ୍ଚମ୍ୟାଂ ମାତ୍ରାୟାଂ ଭଙ୍ଗିରୀରିତାଃ

(୨) ପଞ୍ଚମ୍ୟାମନୟୋ ଭଙ୍ଗିର୍ଗୀତଜ୍ଞୈରୁପକଳ୍ପିତାଃ

ପ୍ରାନ୍ତୋଽଷ୍ଟାଭିଶ୍ଚ ନବଭିର୍ଗୀତଜ୍ଞୈଃ କଥିତା ଦଳଃ।

ଖଣ୍ଡୋ ମାତ୍ରା ଚତୁର୍ଦଶଭିସ୍ତାଳେ ନିଃସାରୁ ନାମନି

ଷଷ୍ଠ୍ୟାଂ ଦଶମ୍ୟାଂ ଭଂଗୀ ସ୍ୟାତ୍‌ ପ୍ରାନ୍ତୋ ଦ୍ୱାଦଶଭିର୍ଭବେତ୍‌।

ରୂପକେ ତୁ ଦ୍ୱାଦଶଭିର୍ମାତ୍ରାଭିଃ କଥିତୋ ଦଳଃ

କ୍ୱାପ୍ୟେକାଦଶଭିଃ କାର୍ଯ୍ୟାସ୍ତାଭିରେବାନ୍ତିମୋ ଦଳଃ।

ଭଂଗ୍ୟତ୍ର ସପ୍ତମାତ୍ରାୟାମନ୍ୟେ ରୂପକବନ୍ଧଗାଃ ୧୦

ଚଚ୍ଚତ୍‌ପୁଟଶ୍ଚାପୁଟୋ ମଣ୍ଠୋପାଡ୍ଡୌଚ ଢେଙ୍କିକା।

ଅପି ସିଂହନନ୍ଦନାଖ୍ୟୋ ନଳକୂବର ବାଦକାକୁଳାଖ୍ୟୌ ଚ ୧୧

ଏଷାଂ ଚାନ୍ୟେଷାମପି ଲକ୍ଷଣଂ ପୂବୈରୁଦାହୃତୈର୍ଜ୍ଞେୟମ୍‌।

ଏକାଧିକଶତଂ ତାଳା ନୋକ୍ତା ବିସ୍ତରଶଙ୍କୟା

ତେଷାମାଦ୍ୟାଃ ଷଷ୍ଟିତାଳାଃ ମୁଖ୍ୟତ୍ୟେନ ପ୍ରକୀର୍ତିତାଃ ୧୨

ଇତି ସଂଗୀତକୌମୁଦ୍ୟାଂ ବନ୍ଧନିରୂପଣୋ ନାମ ପଞ୍ଚମଃ ପାଦଃ।।

 

ଷଷ୍ଠଃ ପାଦଃ

ଅଥୋଚ୍ୟନ୍ତେ ଗ୍ରହଲୟପ୍ରସ୍ତାରାଶ୍ଚ ଯଥାକ୍ରମମ୍‌।

ସମାତୀତାନାଗତାସ୍ୟୁସ୍ତାଳେଽସ୍ମିନ୍‌ ତ୍ରିବିଧା ଗ୍ରହାଃ

ଗୀତୋଚ୍ଚାରଣ କାଳେ ତୁ ଯଥା ତାଳଃ ପ୍ରବର୍ତତେ।

ତଦା ସମଗ୍ରହ ଇତି ଲକ୍ଷ୍ୟଂ ନିଃସାରୁକାଦିଷୁ

(୧) ଗୀତସ୍ୟାଦ୍ୟାକ୍ଷରଯୁଗଂ ତ୍ୟକ୍ତ୍ୱା ତାଳୋ ଯଦା ଭବେତ୍‌।

୧. ‘କୁତ୍ରାପି’ ଠାରୁ ‘ରୀରିତାଃ’- ଗ ପୋଥିରେ ଲୁପ୍ତ ୨. ‘ପଞ୍ଚମ୍ୟା’ ଠାରୁ ‘ଦଳଃ’ - ଖ ପୋଥିରେ ଲୁପ୍ତ ୧. ଏଠାରୁ ‘ମଧ୍ୟୋ ନିଃସାରୁକାଦିଷୁ ୫।।’ -ଖ ପୋଥିରେ ଲୁପ୍ତ

ତଦାତୀତଗ୍ରହସ୍ତ୍ୱେନଂ କୁଡୁକ୍କାଦିଷୁ ଲକ୍ଷୟେତ୍‌

କଳାଃ ପଶ୍ଚାତ୍‌ ପତିଷ୍ୟନ୍ତି ଗୀତସ୍ୟ ପ୍ରଥମେ ଯଦି।

ଉପାଦାନମନାଗତଗ୍ରହୋ ଯତ୍ୟାଦିଷୁ ସ୍ଥିତଃ

ଲୟସ୍ତୁ ତ୍ରିବିଧସ୍ତତ୍ର ଦ୍ରୁତୋ ମଧ୍ୟୋ ବଳମ୍ବିତଃ।

ତ୍ରିପୁଟାଦୌ ଦ୍ରୁତୋ ଜ୍ଞେୟୋ ମେଧ୍ୟା ନିଃସାରୁକାଦିଷୁ

ବିଳମ୍ବିତସ୍ତୁ ଯତ୍ୟାଦାବିତ୍ୟେବଂ ଲୟସଂସ୍ଥିତିଃ।

ଗୁରୁଃ ପ୍ଲୁତାଧୋଭାଗେ ତୁ ଗୁର୍ବଧୋଭାଗତୋ ଲଘୁଃ

ଦ୍ରୁତଂ ଲଘୋରଧୋଭାଗେ ତୁଲ୍ୟେ ତୁଲ୍ୟା ତୁ ପଙ୍‌କ୍ତିକା।

ଉଦ୍ଧୃତ୍ତାଶ୍ଚ କଳା ପଶ୍ଚାଦିତ୍ଥଂ ପ୍ରସ୍ତାରଣକ୍ରମଃ

ସର୍ବଂ ପ୍ଲୁତାତ୍‌ ସମାରଭ୍ୟ ମାତ୍ରାନିବହନିର୍ମିତାତ୍‌।

ତାବତ୍‌ ପ୍ରସ୍ତାରୟେଦନ୍ତେ ଯାବତ୍‌ ସର୍ବଂ ଦ୍ରୁତଂ ଭବେତ୍‌

ଏତତ୍‌ ପରଂ କୌତୁକାୟ ନ ସମ୍ୟକ୍‌ତ୍ୱେନ ଦର୍ଶିତମ୍‌

ଇତି ସଂଗୀତକୌମୁଦ୍ୟାଂ ଗ୍ରହାଦିନିରୂପଣୋ ନାମଷଷ୍ଠଃ ପାଦଃ।।

 

ସପ୍ତମଃ ପାଦଃ

ରାଗୈର୍ବିରଚିତଂ ଗୀତମ୍‌। ତଦ୍ଦ୍ୱିବିଧଂ। ନିବଦ୍ଧମନିବଦ୍ଧଞ୍ଚ। ତତ୍ର ନିବଦ୍ଧଂ ତ୍ରିବିଧଂ ଶୁଦ୍ଧମଥୋ ସାଲଗଂ କ୍ଷୁଦ୍ରମ୍‌।

ଶୁଦ୍ଧେ ପୁନଃପ୍ରବନ୍ଧା ଜାୟନ୍ତେ ବହୁତରାସ୍ତେଷୁ।

ପଦଂ ବିରୁଦପାଟତାଳସ୍ୱରତେନାଖ୍ୟାନ୍ୟଙ୍ଗାନି

ସୁପ୍‌ତିଙ୍‌ନ୍ତଂ ପଦଂ ପ୍ରୋକ୍ତଂ ବିରୁଦଂ ଗୁଣକୀର୍ତନମ୍‌।

ଧା ଧା ଧୁଗୁ ଧୁଗିତ୍ୟାଦ୍ୟାଃ ପାଟାଃ ବାଦ୍ୟାକ୍ଷରୋତ୍କରାଃ

ଆଦତାଳାଦିକାସ୍ତାଳା ସ୍ୱରାଃ ସରିଗମାଦୟଃ।

ତେନେତି ତେନକଃ ଶବ୍ଦୋ ମଙ୍ଗଳାର୍ଥପ୍ରୟୋଜନଃ

ଅନ୍ୟେ ତୁ-ସ୍ୱରଶବ୍ଦୈ ସତେନକୈଶ୍ଚିତ୍ରପଦୈର୍ଧାତୁମାତୁ ଯୁତୈରିତି।

ଧାତୁରକ୍ଷରବିନ୍ୟାସୋ ମାତୁରୋଜସ୍ୱିତା ପୁନଃ।

ଚିତ୍ତହାରିତ୍ୱମେତେଷାଂ ଗୀତାନାଂ ଜୀବେନାଦୟଃ

ଏକେନ ତାଳେନ ଭବେତ୍‌ ପ୍ରବନ୍ଧଃ ତାଳଦ୍ୱୟେନ ତ୍ରିଭିରସ୍ତି ଲୋକେ।

ଚତୁର୍ଭରେବାତ୍ର ଚ ପଞ୍ଚଭିର୍ବା

ଯଥେଚ୍ଛରୂପୈରୁପକଳ୍ପନୀୟାଃ ୫।।

ତଥାଚ- ବହୁତାଳାଃ ପ୍ରବନ୍ଧାଃ ସୁ୍ୟଃ ରାଗୈର୍ବହୁଭିରେବ ଚ।

ଏକରାଗେଣ ବା କଳ୍ପ୍ୟାଃ ପାଟାଦୀନାଂ ବିଧାନତଃ

ଆଦିମଧ୍ୟାନ୍ତ ବିନ୍ୟାସାତ୍‌ ପାଟାଦୀନାଂ କ୍ରମେଣ ଚ।

ଭେଦା ବହୁତରାସ୍ତେଷାଂ ନୋକ୍ତା ବିସ୍ତରଶଙ୍କୟା

ତଥାଚ- ନ ରାଗାଣାଂ ନ ତାଳାନାଂ ନ ବାଦ୍ୟାନାଂ ବଶେଷତଃ।

ନାପି ପ୍ରବଂଧଗୀତାନାମନ୍ତୋ ଜଗତି ବିଦ୍ୟତେ

ତଥାପି କେଚିଦ୍‌ ବର୍ଣ୍ୟନ୍ତେ ପ୍ରବନ୍ଧା ଲକ୍ଷ୍ୟଲକ୍ଷଣୈଃ:।

ତତ୍ରାଳାପେ କବେର୍ନାମ ତଥା ନାୟକନାମଚ

ଏକତାଳୀଂ ନିବଧ୍ନୀୟାଦାଳାପାନନ୍ତରେ ତଥା।

ଅତ୍ର ପ୍ରଥମତସ୍ତାଳୋ ଗୀୟତେ ଯଶ୍ଚ ତତ୍ର ବୈ

ଗୀତାବସାତନେ ଦାତବ୍ୟଂ ମାନଂ ଗାନସମାପ୍ତୟେ ୧୦

(୧) କଶ୍ଚିଦୁମାତିଳକାଖ୍ୟୋ ଗଜଲୀଳୋ ହଂସଲୀଳଶ୍ଚ।

(୨) ଉତ୍ତରଃ ପ୍ରଥମୋ ହ୍ରସ୍ୱଃ ପ୍ରବରୋ ମାତୃକାଭିଧଃ।?? ୧୧

ତାଳା ନାବାଦିକା ଯତ୍ର ପାଟାଦିରହିତା ଯଦି।

ସୂଡ଼ଃ ପ୍ରବନ୍ଧଃ କଥିତ ଏକରାଗନିବେଶିତଃ ୧୨

କାୟବାଳପ୍ରବନ୍ଧଶ୍ଚ ପାଟମାତ୍ରେଣ କେବଳମ୍‌।

ଯତ୍ର ତାଳାଃ ପ୍ରକଳ୍ୱ୍ୟନ୍ତେ ଆଭୋଗେ ପଦକଳ୍ପନା ୧୩

ଏବଂ ପ୍ରବନ୍ଧା ଜାୟନ୍ତେ ସେ୍ୱଚ୍ଛୟା ବହବଃ କବେଃ।

ଶକ୍ତିର୍ବର୍ଣ୍ୟବିଶେଷେଣ ନାମାନ୍ୟେଷାଂ ଚ କାରୟେତ୍‌ ୧୪

ଆଦିତାଳାଦିକୈସ୍ତାଳୈର୍ଦଶଭିନର୍ବଭିଃ ପୁନଃ।

ସପ୍ତଭିର୍ବା ପ୍ରକଳ୍ପ୍ୟନ୍ତେ ପ୍ରବନ୍ଧା ରାଗରଂଜିତାଃ ୧୫

ଯଥା-।।୧ ଧନାସୀରାଗେଣ ଗୀୟତେ ଆଦିତାଳେନ ଚ

ଜୟ ନାରାୟଣ (୩) ଦନୁସୁତଭଂଜନ

ତନୁଶୋଭାକୃତମନ୍ମଥଗଂଜନ

ଲୋଚନଯୁଗଳ ବିନିର୍ଜିତଖଂଜନ

ସୁରମୁନିମାନସରଂଜନ ରେ।

(୪) ଅକଳିତାସୁରଗଣଦୁରିତନିବାରଣ

 

୧. କଶ୍ଚିଦ୍‌ -ଖ ପୋଥିରେ ଳୁପ୍ତ ୨. ରୁଚିରଃ ପ୍ରଥମୋ ରମଃ କୃତ ବନ୍ଧୋ ମାତୃକାଭି ର୍ଯଃ -ଗ ୩. ଦନୁଜ ସୁତ-ଖ, ୪. ଅଗଣିତଗୁଣଗଣ-ଗ।

ସଂସାରାର୍ଣବ ମୁକ୍ତେଃ କାରଣ

ଶଂଖାଭିଧଧର ଦାନବ ମାରଣ

ମୀନରୂପ କୃତବେଦୋଦ୍ଧାରଣ ଇଆ

ଅଥ ପାଟଃ- ଧା ଧା ଧୁଗ ଧୁଗ ଧା ଧା ଧୁଗ ଧୁଗ

ଧୁଗ ଧୁଗ ଧୁଗ ଧୁଗ ଧା ଧା ଧା-

ଧାଂକ୍ରିଣ ଧାଂକ୍ରିଣ ଝେଂକୁ ଝେଂକୁ କ୍ରିଣ

ଧାଙ୍କୁ ଧାଙ୍କୁ ଧାଂ ଧାଙ୍କଟ ଧାଙ୍କଟ

ଝଂ ତାରି ଝଂ ତାରି ଜଂ କିଣ ଝେମ୍‌

ଇତ୍ୟାଦି ତାଳସମାପ୍ତିଂ ଯାବତ୍‌।

ଅଥ ଝଂପକଃ-।।୨ ଭଜତ୍‌ (୫) ବିଭୁମତକଠିନକମଠତନୁକାରିଣମ୍‌।

ବିକଟତର ପୃଷ୍ଠ (୬) ତଟଘଟିତମହିଧାରିଣମ୍‌

ଅଥ ପାଟଃ- ତା - ଦିମିକି ଦିଂ - ଦିମିକି ଦିଂ ଦିମିକି ଦିଂ – ଦିଂ

ତା - ଥାରିକ ତା - ଥାରିକ ଥୋ - କିମିକି ଦିଂ –

ଦିଂଅଥାଡ୍ଡାତାଳଃ-।।୩ ଆ ରେ

କୁତୁକ କୃତ (୭) କୋଳତନୁମଚ୍ୟୁତମ୍‌।

ନମ ଦଶନଧୃତଧରଣିମଦ୍‌ଭୁତମ୍‌

ଅଥ ମଣ୍ଠକଃ-।।୪ ସଟା କ୍କଟାକ୍ଷିପ୍ତଋକ୍ଷଲକ୍ଷ ଉଜ୍ୱଳେକ୍ଷଣଃ।

କ୍ଷିଣୋତୁ ବୋ ରିପୁଂ କ୍ଷଣାନ୍ନୃସଂହୋଽତିଭୀଷଣଃ

ବଭୂବ ଯତ୍‌ପ୍ରଖରନଖର କୋଟିପାଟିତୋଦରଃ।

ପରଂପରା (୮) ସୁତାଂ ଗତୋ (୯) ଦିତିସୁତୋ ମହାସୁରଃ??

(୧୦) ତେନ୍ନା ତେନ୍ନା ତେନ୍ନା ତେନ୍ନା ନା-ତାଂ-ପଟ ଥୋ-

ତା - ପଟ ମଟ କିଟ କିଟ ତେନାଂ

ଅଥ ତ୍ରିପୁଟଃ-।।୫ ଛଳିତ (୧୧) ବଳିମପି କଳିତବାମନରୂପମମ୍ବୁଜ

ଲୋଚନମ୍‌।

ଚରଣତଳଜଳଜନିତଗଙ୍ଗା ଭଜତ ଭବଭୟମୋଚନମ୍‌

ଅଥ ଯତିଃ-।।୬ ଆ ଆ ପରଶୁଧାରକ।

 

ନିଖିଳନରପତିନାଶକାରକ ରେ ୫. ବିଭୂଷିତ - କ, ୬. ପୃଷ୍ଟକଟି - ଖ, ୭. କୋକିଳତନୁ-ଖ, ୮. କୃତାତଙ୍କୋ - ଖ, ୯. ବିତେଃ ସୁତୋ - କ, ଖ, ଗ ୧୦. ତେନ୍ନା ତେନ୍ନା ତେନ୍ନାନା ତାଙ୍ଗଟ ଥୋଙ୍ଗଟ ମଟକୃଟ ତେନ୍ନା। ୧୧. ବଳିରମଣି - ଖ, ।

ଅଥ ନିଃସାରଃ-।।୭ ଜୟ ରାଘବ ଜିତଦଶକନ୍ଧର ନବଜଳଧରସୁନ୍ଦର ଇଆ

ବାରାନିଧିବନ୍ଧନକାରକ ଜନକସୁତା (୧୨) ମାନସ କୈରବ

କୈରବବନବାନ୍ଧବ ଇଆ

(୧୩) ଲୀଳାକୃତମାନୁଷବିଗ୍ରହ ଜିତ ବାଳିକବାନରହେଳାତଦୂଷଣ ଇଆ

ଆ ଆ ଆ ଇଆ ଇଆ ଆ ଇଆ ଇଆ

ଅଥ କୁଡ଼ୁକ୍କଃ-।।୮ ଧବଳ କଳେବରମସିତନିଚୋଳମ୍‌।

ତୁହିନାଚଳମିବ ନବଘନଲୋଳମ୍‌

କଳିତହଳଂବଳମତିରୁଚିହାରମ୍‌।

ନମତ ନଳିନ ଦଳନୟନମୁଦାରମ୍‌

ଅଥ ରୂପକଃ-।।୯ ନମୋ (୧୪) ଦେବ ବେଦଧର୍ମକର୍ମ ମୃଷାଭାଷିଣେ।

ନାସ୍ତିକଜନବଞ୍ଚନାୟ ବୃଦ୍ଧରୂପଧାରିଣେ

ଅଥାଳାପୋଽ ତାଳଃ। ଶ୍ରୀମଦ୍‌ ଗୋବନ୍ଦିପଦାରବିନ୍ଦଦ୍ୱନ୍ଦମଧୁପାନ-

ମଧୁପାୟମାନମାନସେନ ବୀରବରନରପତିନା ବିରଚିତଃ

ଶ୍ରୀଭଗବତୋ (୧୫) ବାସୁଦେବସ୍ୟ ଲୀଳାକଳାପକଳିତ

ପଦବନ୍ଧ

ପ୍ରବନ୍ଧବରୋ ଦଶାବତାରାଖ୍ୟ ଇତି

ଅଥୈକତାଳୀ-।।୧୦ ଥୈ ଦିଗି ଦିଗି ଥୈ ଦିଗି ଦିଗି ତା ତା

ଜୟ କରୁଣାମୟ ବରୁଣାଳୟଶୟ

ଧର୍ମପରେଷୁ ପ୍ରକଟିତଗୁରୁଦୟ

ନିର୍ଜିତପଲ୍ଲବକାନ୍ତିକାନ୍ତଶୟ

ବଧିରୁଦ୍ରାଦିଭିରପି ବିହିତାଶ୍ରୟ

ଧରଣିଭାରହର କଳ୍‌କିରୂପଧର

(୧୬) କଳିତକୃପାଣକବଲ୍ଲିଶୋଭକର

କଳିଯୁଗସଂଗ ବିବର୍ଦ୍ଧିତ ପାତକ

ଦୁଷ୍ଟଲୋକଚୟଘାତକ ଆ

ପୁନର୍ଜୟ ନାରାୟଣେତି ମାନମ୍‌।

 

୧୨. ମାନସକୈରବ କୁମୁଦ ବାନ୍ଧବ ରେ- ଖ, ୧୩. ମିତ୍ରାହିତ ବାଳି ମହୋଦୟ ଲୀଳା ଜିତ ଭୂଷଣ - ଗ, ୧୪. ଦେବ- ଗ ପୋଥିରେ ୧୫. ବାସୁଦେବସ୍ୟ ତତ୍ତ୍ୱଲୀଳାକଳାପ ଲଳିତପଦ- ପ୍ରବନ୍ଧବରୋ- ଗ ୧୬. କଳିତ କୃପାଣକ - ଖ ପୋଥିରେ ଲୁପ୍ତ।

ଶୁଦ୍ଧସ୍ୟ ଲଗତି ଚ୍ଛାୟାଂ ସାଲଗଂ ସୂଡ଼କଳ୍ପିତମ୍‌।

ଆଦିର୍ଯତିର୍ନିଃସାରିଶ୍ଚ ମଣ୍ଠଝଂପକରୂପକାଃ ୧୬ ତ୍ରିପୁଟଶ୍ଚାଡ୍ଡତାଳଶ୍ଚ ଏକାତାଳୀ ତତଃ ପରମ୍‌।

ଏଭିସ୍ତୁ ନବଭିସ୍ତାଳୈଃ କଳ୍ପିତଃ ସୂଡ଼ ଉଚ୍ୟତେ ୧୭

ମଣ୍ଠଲକ୍ଷଣକାଃ କେଚିତ୍‌ କେଚିତ୍ତୁ ଧ୍ରୁବଲକ୍ଷଣାଃ।

ଦ୍ୱ୍ୟାତ୍ମିକାଃ କେଚିଦେବ ସ୍ୟୁସ୍ତାଳା ଅତ୍ର ପ୍ରକୀର୍ତ୍ତିତାଃ ୧୮

ଅମୀ ଉକ୍ତାଃ ପ୍ରବନ୍ଧେଷୁ ବାହୁଲ୍ୟେନ ସ୍ଥିତାଃ ପୁନଃ।

ସାଲଗେ (୧୭) ବିହିତା ଏଭିର୍ବିନା ତତ୍‌ ସମ୍ଭବୋ ନହି ୧୯

କଥିତା ଯତ୍ର ଉଦ୍‌ଗ୍ରାହାଭୋଗୟୋର୍ମାତ୍ରକାଃ ସମାଃ।

ଧ୍ରୁବେ ତଦ୍ଦ୍ୱିଗୁଣାଃ ସାଦ୍ଧୈକଗୁଣା ବା ସମଣ୍ଠକଃ ୨୦

ଉଦ୍‌ଗ୍ରାହଃ ପ୍ରଥମଃ (୧୮) ପାଦଃ କଥିତଃ ପୂର୍ବସୂରିଭିଃ।

ଉଦ୍‌ଗ୍ରାହଂ ପ୍ରଥମଂ ଗୀତ୍ୱା ଧ୍ରୁବଂ ଗାୟେତ୍ତତଃ ପରମ୍‌ ୨୧

ଯତ୍ରୈବ କବି ନାମ ସ୍ୟାଡ଼୍‌ ସ ଆଭୋଗ ଇତୀରିତଃ।

ମଣ୍ଠସ୍ତଥୈକତାଳୀ ଚ ଦ୍ୱୟଂ ସ୍ୟାନ୍ମଣ୍ଠଲକ୍ଷଣମ୍‌ ୨୨

ଉଦ୍‌ଗ୍ରାହ ଏବ ଯତ୍ର ସ୍ୟାଦ୍ଧ୍ରୁବଃ ସ ଧ୍ରୁବକୋ ମତଃ।

 

କିଞ୍ଚିଦୁଚ୍ଚୈକଖଣ୍ଡସ୍ତୁ ଦ୍ୱିର୍ଗେୟୋ ଦ୍ୱିତୀୟୋ ଭବେତ୍‌ ୨୩

ଯତିନିଃସାରିରିତ୍ୟେତାବୁଭୌ ତୌ ଧ୍ରୁବଲକ୍ଷଣୌ।

ଯତିସ୍ତୁ ଦ୍ୱିବିଧା ପ୍ରୋକ୍ତା ଶୁଦ୍ଧା ସତି୍ରପୁଟାନ୍ତରା ୨୪

ଏଭ୍ୟୋଽନ୍ୟ ଯେ ସ୍ଥିତାଃ ପଞ୍ଚତାଳାସ୍ତେ ଦ୍ୱ୍ୟାତ୍ମିକା ମତାଃ।

ଅଥ ସାଲଗସ୍‌îଡସ୍ୟୋଦାହରଣଂ କଥ୍ୟତେଽଧୁନା ୨୫ ଭୈରବରାଗେଣ ଗୀୟତୋ ଆଦିତାଳଃ।

ଦହତି ଚ ରତିପତିରନୁଦିନମଙ୍ଗମ୍‌।

ପବନଂ ମନେ୍ୟ କୃତବିଷସଙ୍ଗମ୍‌।

ଭାବଂ ଭାବଂ ଭୁବେନଷୁ ଭୃଶମ୍‌।

କଳୟେ ନ କମପି କେଶବସଦୃଶମ୍‌।

କଥୟ କଥୟ ସଖି କିନ୍ତୁ ବିଧେୟମ୍‌।

ଅମୃତେ ଜୀବନମପି ମମ ହେୟମ୍‌ ଧ୍ରୁବପଦମିଦମ୍‌

ଗାନମିଦଂ ନରପତିନା ଭଣିତମ୍‌।

ଦିଶତୁ ଶୁଭଂ ଜିତବୀଣାରଣିତମ୍‌।

୧୭. ନିୟତା- ଘ, ୧୮. ଭାଗଃ - ଖ।

‖।୨ ‖ଅଥଯତିଃ-

ମୁଞ୍ଚ ମାନିନି ମାନତିମରଂ ମୁଖସୁଧାକରମୁଜ୍ଜଳମ୍‌।

କୁରୁ କୃଶୋଦରି ବିରହଦହେନା ତହତୁ ନହି ମମ ମାନସମ୍‌।

ଉଚ୍ଚୈଃ ଖଣ୍ଡ-

ବିରତ ସଖି ବିକଚାମ୍ବୁରୁହମୁଖି ମଧୁରତରମଧରାମୃତମ୍‌।

ତ୍ରିପୁଟଃ- ଭୁବନମୋହବିଧାୟି ଯଦ୍ୟପି କିମୁତ କୁରୁତାଂ

କାମଗରଳଂ ନିଖିଳଦେହବିସର୍ପିତମ୍‌

ଯତିଃ- ମୟି କଥଂ କୁପିତାସି ଭାମିନି ବତ ବିଧେହି ଯଥୋଚିତମ୍‌।

(୧୬) ଭୂରୁକାର୍ମୁକମିଳିତମେତଂ (ଙ୍କ) ଲୋକଲୋଚନସାୟକମ୍‌।

ତ୍ରିପୁଟଃ - ବପୁକ୍ଷି ମମ କମଳାକ୍ଷି ନିକ୍ଷିପ ବିଫଳଭାବମ୍‌।

ବିଫଳ ଭାବଂ ଭଜତୁ ସହସା କୁପିତମନ୍ମଥଧନୁରିଦମ୍‌।

ଯତିଃ- ମୁରୁଭିଦିତି ପଟୁ ଚାଟୁକୁଶଳୋ ଦିଶତୁ ନରପତିମଂଗଳମ୍‌ ‖

।୩ ‖ଅଥ ନିଃସାରିଃ-

ଆରେ ବଲ୍ଲବ ତନୟମ୍‌

ବୃନ୍ଦାବନଭୁବି ବିହରନ୍ତମ୍‌।

କୋମଳତମ ତମାଳସୁନ୍ଦରମିନ୍ଦୀବରଦଳନୟନମ୍‌ ।

 

‖ଉଚ୍ଚୈ ଖଣ୍ଡଃ ‖

ଆ ରେ ସଖି ଯଦବଧି ଲୋଚନପଥମହମାନୀତା

ତଦବଧି ମ ହୃଦୟଂ ନିର୍ଦୟମନସିଜ ଈଷୁଭିଃ

କୁସୁମମୟୈଃ ପଞ୍ଚଭିରେବ ସମଂ ବିଧ୍ୟତି ଆ

କୋକିଳକଳରୁତମପି କୁରୁତେ ମୋହମଧିକତରମନିଶଂ ରେ।

(୨୦) ଆ ରେ ଅନୁ ସଖି ସୁଦୃଶା କାତରତରମିତି ଭଣିତମ୍‌।

ହରିଚରଣସ୍ମରଣପରାୟଣରସିକମୁଦଂ ତେନାତୁ ଇଆ।

‖୪‖ଅଥ ମଣ୍ଠକଃ-

ବିରହିଯୁବତିମରଣସରଣି (୨୧) ରୂପ ସୁରଭିବାସରା

ରଜନିରଜନିଜାନିରତ୍ର? ଦାବଦହନ ଦାରୁଣଃ।

କଳୟତି ସା ମଳୟବାତମଶନିପାତମାପତମ୍‌।

୧୬. କର୍ଣ କାର୍ମୁକ- ଖ, ୨୦. ଆରେ ମନୁ ସଖି ସୁଦୃଶାକାରେ- ଖ ୨୧. ରିମେ ସୁରଭି- ଗ। ୮୩୩ ୮୩୪

ରୋଦିତି ମୁହୁ ରଂଜନାଶ୍ରୁମଳନନଳିନୀନିଭାନନମ୍‌।

କୋକିଳକୁଳକାକଳୀୟମହହମୋହକାରିଣୀ

ବହହୁତୁ କଥଂ କଥୟ ଶୁଭଦ ଜୀବିତମିହ ବିରହିଣୀ ‖ଧ୍ରୁ ‖

ରାଧିକାଳିଭଣିତମିଦଂ ମଧୁରିପୁମତିନିର୍ମଳମ୍‌।

ଶ୍ରୁତିସୁଖତଂ ଦୁରିତହାରି ହରତୁ ନୃପତିମାନସମ୍‌।

‖୫‖ଅଥ ଝଂପକଃ-

ଦିଶି ଦିଶି ପ୍ରସରନ୍ତି ନବନୀପପବନାଃ

ନିନଦନ୍ତି ଦନ୍ତିକୁଳ ସନ୍ନିଭାଶ୍ଚ ଘନାଃ

ଅଚିରରୁଚି ସଂପତନ ଭୟକଂପମାନା

ତ୍ୱୟି ସୁଭଗ ଚିରଦିନାନୁକୃତାଭିମାନା

କଥମହହ କଳୟତାଂ (୨୨) ଜୀବନଂ ରାଧା

(୨୩) ତ୍ୱାମୃତୋଽମୃତକରୋତିକରୋତି ବାଧା?? ‖ଧ୍ରୁବପଦମିଦମ୍‌ ‖

ଇତିଭଣିତମତିନିପୁଣନୃପତିତିଳକଗୀତମ୍‌

ହରତୁ ମୁରହରଚରଣ ଭକ୍ତ ଜନଚିତ୍ତମ୍‌।

‖୬‖ଅଥ ରୂପକଃ-

ରଚୟସି ଚୟମସିତନିଭଂ କୁବଳୟମପି କର୍ଣୟୋଃ।

କୁରୁ କୃଶତନୁ କୁଚଯୁଗଳଂ ମୁଦିତମୃଗମଦାଙ୍କିତମ୍‌।

ତ୍ୟଜ ସହଚରି କୁନ୍ଦକୁସୁମ ଦାମ କେଶବେଶକେ।

କଳୟ ବପୁଷି ରଣିତରହିତମରକତମଣିଭୂଷଣମ୍‌

ପରିହର ହୃଦି ତରଳତାରହାରହୃଦି ଚ ସାଂପ୍ରତମ୍‌

ତ୍ୱରିତମେବ ଚଳ ଦୟିତେ ପ୍ରାଣଦୟିତସନ୍ନିଧିମ୍‌ ‖ଧ୍ରୁବପଦମିଦମ୍‌ ‖

ସୋଽପି ସୁତନୁ ତବାଗମନବର୍ତ୍ମଦତ୍ତଲୋଚନଃ

ବର୍ତତ ଇତି ଭଣିତମିଦଂ ବିତରନ୍ତୁ ନୃପଭାବୁକମ୍‌।

‖୭‖ଅଥ ତ୍ରିପୁଟଃ-

ବହସି ପରିତୋ ବପୁଷି, ନବଶଶିଖଣ୍ଡନିବହଂ ଯଦୁଜ୍ଜଳମ୍‌??

ବେଣୁଧର ପରମାଦ୍‌ଭୂତସ୍ତବ ମନସି ନୂତନ ଈଶ୍ୱରଃ

ସାଧୁ ସଂପ୍ରତି ଗଣ୍ଡମଣ୍ଡଳମକରରଚନାଚାତୁରୀ।

ଶିକ୍ଷିତା କିମୁ ପୂର୍ବମିହ ନେ ନୈପୁଣ ତବ ତାଦୃଶମ୍‌।

ବନ୍ଧଣୌ୨୨. ଜୀବମନୁ ରାଧା- ଖ, ୨୩. ତ୍ୱାମୃତେ ନ୍ତକରୋପ୍ୟତି- ଗ

କଣ୍ଠପୀଠେ ବଳୟମୁଦ୍ରା ହାରଶୋଭଂ ବିତନୁତେ।

ଭବତୁ ତାବତ୍ତତ୍ର ଜାୟା ଯତ୍ର ରଜନୀ ଯାପିତା‖ଧ୍ରୁ ‖

ଇତ୍ଥମେତଦ୍‌ ବଚନରଚନଂ ଖଣ୍ଡିତାପରିକଳ୍ପିତମ୍‌।

ଶ୍ରବଣଯୁଗ ପୁଟପେୟମନିଶଂ ହରତୁ ନରପତିମାନସମ୍‌।

‖୮‖ଅଥାଡ୍ଡତାଳଃ-

ମମ ବଦନମନୁ ସୁତନୁ ମୁଖକମଳମୁନ୍ନମୟ

ଲଜ୍ଜତାଂ ଚିରତରଂ ଚନ୍ଦ୍ରମା ଇଆ

କ୍ଷଣମପି ଚ ମୟି ସୁମୁଖି ବିକ୍ଷିପେକ୍ଷଣଯୁଗଳ

ମସିତନବନଳିନବନମମ୍ବୁନି ନିମଜ୍ଜତ ଇଆରେ।

                  ଉଚ୍ଚୈଃ ଖଣ୍ଡଃ-

କିଞ୍ଚିଦପି ଭଣ ବିମଳକମଳଦଳଳୋଚେନ

କର୍ଣ୍ଣପଥତାଟଙ୍କ କଳୟତାଂ କୋକିଳା କାକଳୀ ଆ ରେ

ଇତି ବଚନରଚନମପି ମାନିନୀ ମାନହରମୁଦିତମିହ ସୌରିଣା।??

ଜଗତି ଜନତାମୁଦଂ ବିରଚୟତୁ ନୃପତିନା ଭାଷିତଂ ଶ୍ରୁତିସୁଖଦମ୍‌।??

‖୯ ‖ଅଥୈକତାଳୀ-

ଉଦୟତି ଶଶିନି ବିଭେତି ଚ ଗଗେନ।

ପ୍ରବିଶତି କୋକିଳ ନିନଦତି ବିପିନେଅଗଣିତଚରମଦଶାଗତବାଧା

ଭବତି ଭବନ୍ତମୃତେ ତବ ରାଧା

ହୃଦି ପରମାହିତ ମଳୟଜପଙ୍କା

ଦ୍ୱୟି କୃତ ମଦନହୁତାଶନଶଙ୍କା ଧ୍ରୁ

ନାଥ ଭବାନଧୁନାପି ନ ଦୟିତେ

ନିଖିଳନୃପତି ବରଗୀତମୁଦୟତେ।

ଇତି ସାଲଗସୂଡ଼ସ୍ୟ ଦର୍ଶିତେ ତତ୍ତ୍ୱଲକ୍ଷଣେ।

ଇତଥଂ ଭାଷାନ୍ତରେ ଜ୍ଞେୟଂ ଗୀତଂ ଗୀତବିଶାରଦୈଃ ୨୬

ଯଥା- ମାନବ ମହୁମତ୍ତ ମହୁତାରଣା

ଅଣା ଅଣ ସୋହଣୋ ପଞ୍ଚମଃ ସରଗଣା କୋନୀୟ

କୋକଳା ଉଚ୍ଚ ଗାଅଣୋ

ମଳଅ ମାରୁଅ ମଳ ବେଚି ପଲ୍ଳବ

ଫୁଲ ପାଟଣ ଅଳି ଧୂଳି ଧୂସର ବଲ୍ଲୀ ଓ

ବିଅଜ ଚଂପଥ ମଲ୍ଲି ଆଚଶ ଚାରୁ ସେହର ବନ୍ଧଣୌ

ସୁରଭିସମଏ ଜଅଇ ଜଣଦାଣ ହଣୋ

ଇଥି ମେ ଅଙ୍କ ଣ୍ଡସୁହୋୟଂ ପଡ୍ଡମମ ତହୁବଣ୍ଡଣଂ

ପରିସ ଆପଦ ଧରଣି ବଇଣେ କୁଣତୁ ମାଣସରଞ୍ଜଣମ୍‌

ବଦନ କମଳନୀଳ ନଳିନ ନୟନ ଅଧର ବଧୁଲି ଆ।

ଦଶନ କୁନ୍ଦକ କର୍ଣ୍ଣ କିଂଶୁକ ନାସା ତିଳକୁସୁମ ଇଆ।

ଅଙ୍ଗୁଳୀ କୁଳଚଂପକାକୁଳ ପାଣି ଚାରୁ କୋକନଦମ୍‌।

ତନୁ ବର୍ଣ କର୍ଣିକାର କୁଚ କୈରବ କୋରକମ୍‌।

ଏକହି କନକଲତା ନାନାବିଧ ଫୁଲ ଲେଥା

ଏସନ କୁସୁମଗନ୍ଧଲୁବ୍ଧ ଚିକୁର ଭ୍ରମର ଭୂଲ ଲେଆ ଧ୍ରୁ

ସୁତନୁ ନୟନ ମଦନ ବିଶିଖ ନିକର ବିରଚିତା।

ତି୍ରଭୁବନଜନ କାରଣେ ନରପତିବର ଭାଖିତା

କ୍ଷୁଦ୍ରଗୀତଂ ତ୍ରିଧା ଚିତ୍ରପଦା ଚିତ୍ରକଳା ତଥା।

ପ୍ରୋକ୍ତା ଧ୍ରୁବପଦା ଚୈବ ମୁନିଭିର୍ଭରତାଦିଭିଃ ୨୭

କେବଳଂ ପଦମାତ୍ରେଣ ବୈଚିତ୍ର୍ୟଂ ଯତ୍ର ଦୃଶ୍ୟତେ।

ନ ଧାତ୍ୱାଦୌ ବିଚିତ୍ରତ୍ୱଂ ଜ୍ଞେୟା ଚିତ୍ରପଦା ତୁ ସା ୨୮

ତ୍ର୍ୟାଦ୍ୟାଷ୍ଟାବଧିପାଦତ୍ୱାଦ୍ଦ୍ୱିବ୍ଦିଧାତ୍ୱିୟମିଷ୍ୟତେ।

ଯଥା- ଗୀତଗୋବିନ୍ଦେ-

ବଦସି ଯଦି କିଞ୍ଚିଦପି ଦନ୍ତରୁଚିକୌମୁଦୀ

ହରତି ଦରତିମିରମତିଘୋରମ୍‌।

ସ୍ପୁରଦଧରସୀଧବେ ତବ ବଦନଚନ୍ଦ୍ରମା

ରୋଚୟତି ଲୋନଚକୋରମ୍‌ ଇତ୍ୟାଦି ‖

ଉଦ୍‌ଗ୍ରାହାଭୋଗୟୋର୍ମାତ୍ରା ସମା ଯତ୍ର ତୁ ଦୃଶ୍ୟତେ ‖୨୯ ‖

ଧ୍ରୁବେ ଯଦି ଭବେନ୍ନୂ୍ୟନା ଜ୍ଞେୟା ଚିତ୍ରକଳା ଚ ସା।

ଧ୍ରୁବଂ ଗାୟେଦ୍‌ ଭିନ୍ନଧାତୁର୍ଯତ୍ର ଧ୍ରୁବପଦା ତୁ ସା ‖୩୦ ‖

ଲୋକେ ଧ୍ରୁବପଦମିତି ପ୍ରସିଦ୍ଧି ‖

ଆସାମନେ୍ୟୋଽନ୍ୟସାଙ୍କର୍ୟାଦ୍‌ ଭେଦା ବହୁତରା ମତାଃ।

ଗ୍ରନ୍ଥବିସ୍ତରଭୀତେନ ମୟା ତେ ନେହ ବର୍ଣିତାଃ ‖୩୧ ‖

ପାଞ୍ଚାଳୀ ବହୁଭିଃ ପାଦୈଦ୍ୱର୍ବିଧା ସଧ୍ରୁବାଽଧ୍ରୁବା।

ଲୋକେ ପାଞ୍ଚାଳୀତି ତସ୍ୟା ପ୍ରସିଦ୍ଧିଃ ‖

ଯୋଜ୍ୟସ୍ତଥାନ୍ତ୍ୟୋଽନୁପ୍ରାସଃ କ୍ଷୁଦ୍ରଗୀତାଦିକେ ପୁନଃ‖୩୨ ‖

ପ୍ରବନ୍ଧାଦୌ ଶୁଦ୍ଧଗୀତେ ବାହୁଲ୍ୟେନାସ୍ୟ ସଂସ୍ଥିତିଃ।

ବ୍ୟଂଜନଂ ଚେଦ୍‌ ଯଥାବସ୍ଥଂ ସହାଦ୍ୟେନ ସ୍ୱରେଣ ଚ ‖

ଆବର୍ତନ୍ତେନ୍ତ୍ୟଯୋଜ୍ୟତ୍ୱାଦନ୍ତ୍ୟାନୁପ୍ରାସ ଇଷ୍ୟତେ ‖୩୩ ‖

ଯଥା-

ରତିସୁଖସାରେ ଗତମଭିସାରେ ମଦନମନୋହରବେଶମ୍‌।

ନ କୁରୁ ନିତମ୍ବିନି ଗମନବିଲମ୍ବନମନୁସର ତଂ ହୃଦୟେଶମ୍‌ ‖ଧ୍ରୁ ‖

(୨୪) ଯଦ୍ରାଗାଣାମାଳପନଂ ପ୍ରକଟୀକରଣଂ ମତମ୍‌।

(୨୫) ଛନ୍ଦସ୍ତାଳାଦ୍ୟନିୟମାଦନିବଦ୍ଧଂ ତତଃ ସ୍ମୃତମ୍‌ ‖୩୪ ‖

ଭାଷାନ୍ତରେପି ପ୍ରବନ୍ଧାଃ କ୍ଷୁଦ୍ର ଗୀତାଦିକାନପି।

ଧାତୁମାତ୍ରାଦିଭୂୟିଷ୍ଠା କର୍ତ୍ତବ୍ୟା ଅନୟା ଦିଶା ‖୩୫ ‖

ଇତି ସଂଗୀତକୌମୁଦ୍ୟାଂ କ୍ଷୁଦ୍ରଗୀତନିରୂପଣୋ ନାମସପ୍ତମଃ ପାଦଃ ‖

 

ଅଷ୍ଟମଃ ପାଦଃ

ଗେୟାଦୁତ୍ତିଷ୍ଠତେ ବାଦ୍ୟଂ ବାଦ୍ୟାଦୁତ୍ତିଷ୍ଠତେ ଲୟଃ।

ଲୟତାଳସମାରବ୍ଧଂ ତତୋ ନୃତ୍ୟଂ ପ୍ରବର୍ତ୍ତତେ ‖୧ ‖

କୈଶିକ୍ୟାରଭଟୀ ଚୈବ ସାତ୍ତ୍ୱତୀ ଭାରତୀ ତଥା।

ଚତସ୍ରୋ ବୃତ୍ତୟସ୍ତତ୍ର ନାଟ୍ୟାଳଙ୍କାରକାରକାଃ।

ନାନାରସସମାକୀର୍ଣଂ ନାଭାଷାବିଭୂଷିତମ୍‌ ‖୩ ‖

ନାନାବର୍ଣସମାକୀର୍ଣଂ ସର୍ବଲୋକମନୋହରମ୍‌।

ଆଶ୍ଚର୍ୟକରମଭ୍ରାନ୍ତଂ ପ୍ରତ୍ୟକ୍ଷମିବ ଦୃଶ୍ୟତେ ‖୪‖

କଳ୍ପିତଂ ବପୁରାବୃତ୍ତଂ ନାନ୍ଦୀପଟଳସଂଯୁତମ୍‌।

ସୂତ୍ରଧାରସମାରବ୍ଧଂ ମହାଭିନୟଭୂଷିତମ୍‌ ‖୫ ‖

ପ୍ରାଗଭୂତକଥାଭିଶ୍ଚ ସୂଚିତାନ୍ତଃ ପ୍ରବେଶନମ୍‌।

ସୁନିଷ୍ଠପାତ୍ରସଙ୍କୁଳଂ ହାସକୌତୁକସଙ୍କୁଳମ୍‌ ‖୬ ‖

ବହୁରୂପକମିତ୍ୟାହୁର୍ନଟ୍ୟଂ ଚ ମୁନିପୁଙ୍ଗବାଃ।

ବୀରଶୃଂଗାରୟୋରକଃ ପ୍ରଧାନଂ ତତ୍ର ବୈ ରସଃ ‖୭ ‖

ତେନପ୍ରବେଶ ରୁଚିରଂ କିଂବା ଗୀତିପ୍ରବେଶନମ୍‌।

 

୨୪. ଯଦ୍ରାଗସ୍ୟ ପ୍ରଲପନଂ ପ୍ରକଟୀକରଣଂ ତଥା - ଖ, ୨୫ ପୋଥିରେ ଅଷ୍ଟମପାଦ ୭ମ ଶ୍ଳୋକର ପୂର୍ବାର୍ଦ୍ଧ ଶେଷ ଯାଏ ଖ ସେଥିରେ ଲୁପ୍ତ।

ସ୍ପୁରିତଂ ଯୌବତଞ୍ଚେତି ପୁନସ୍ତଦ୍ଦ୍ୱିବିଧଂ ମତମ୍‌‖୮ ‖

ତତ୍ରାଦ୍ୟେଽଭିନୟେ ଭାବୈରସୈରାଶ୍ଳେଷଚୁମ୍ବେନୈଃ।ନାୟିକାନାୟକୌ ରଙ୍ଗେ ନୃତ୍ୟତଃ ସ୍ପୁରିତଂ ହି ତତ୍‌ ‖୯ ‖

(୨୬) ମଧୁରାବନ୍ଧଲୀଳାଭିନର୍ଟୀଭିର୍ଯତ୍ର ନୃତ୍ୟତେ।

ବଶୀକରଣବିଦ୍ୟାଭଂ ତଲ୍ଲାସ୍ୟଂ ଯୌବତଂ ମତମ୍‌ ‖୧୦ ‖

(୨୭) ପ୍ରାକାର ନାଟ୍ୟମିତ୍ୟାହୁଃ ଯଦ୍‌ ରାସକ୍ରୀଡ଼ନାଦିକମ୍‌।

ଶାବରଂ ନୃତ୍ୟମପ୍ୟସ୍ତି ଶବରୌ ଯତ୍ର ନୃତ୍ୟତଃ ‖୧୧ ‖

ଶାବର୍ୟା ଭାଷୟା ଯୁକ୍ତଂ ତାଳଘଣ୍ଟାଦିସଂଯୁତମ୍‌।

ଅଷ୍ଟାଭିର୍ଗୋପନାରୀଭିରଷ୍ଟାଭିଃ କୃଷ୍ଣମୂର୍ତ୍ତିଭିଃ ‖୧୨ ‖

(୨୮) କାଷ୍ଠାନୃତ୍ୟଂ ପ୍ରଭବତି କୃତସ୍ୱସ୍ତିକମଣ୍ଡଳମ୍‌।

ମୟୂରପିଚ୍ଛଗୁଚ୍ଛେ ଦ୍ୱୌନାର୍ୟୌ ହସ୍ତେ ବିଭୂଷିତୌ ‖୧୩‖

ଶବରୀଣାଂ ତୁଳ୍ୟରୂପେ ନୃତ୍ୟତଃ ପ୍ରମଦେ ମୁଦା।

(୨୯) କୁରଂଜୀନୃତ୍ୟମପ୍ୟସ୍ତି (୩୦) ଗୁଂଜଭୂଷଣଭୂଷିତେ ‖୧୪ ‖

ନୃତ୍ୟତଃ ପ୍ରମଦେ ଯତ୍ର ସ୍ୱୀୟୟା ଭାଷୟା ପୁନଃ।

ଜାକଡ଼ୀନୃତ୍ୟାମପ୍ୟସ୍ତି ତୁରଷ୍କକୃତଭାଷୟା ‖୧୫ ‖

ପୁରୁଷୌ ଦ୍ୱୌପିଚ୍ଛହସ୍ତୌ ନୃତ୍ୟତୋ ଯତ୍ର ତାଣ୍ଡବେ।

ମତ୍ତାନାଂ ଚ ତୁରୁଷ୍କାଣାମପେୟାସ୍ୱାଦନାନ୍ତରମ୍‌‖୧୬ ‖

ଯଃ ପ୍ରକାରସ୍ତେନ ପୁନର୍କୃତ୍ୟଂ ରାଜ୍ଞା ମନୋହରମ୍‌।

ଯସ୍ମିନ୍‌ ଦେଶେ ଚ ଯା ରୀତିର୍ଯାଚ ଭାଷା ମନୋହରା ‖

ତୟାପି ନୃତ୍ୟଂ ଭବତି ପ୍ରଭୂଣାଂ ଚିତ୍ତରଂଜନମ୍‌ ‖୧୭ ‖

ପ୍ରସଂଗାଦିହ କଥ୍ୟନ୍ତେ ବାଦ୍ୟଭେଦାଃ ସମାସତଃ।

ଗୀତନୃତ୍ୟାଦିକେ ଯସ୍ମାଦ୍‌ ବାଦ୍ୟଂ ମୂଳପ୍ରୟୋଜନମ୍‌‖୧୮

ଚତୁର୍ବିଧମିଦଂ ପ୍ରୋକ୍ତଂ ବାଦିତ୍ରଂ ମୁନିପୁଙ୍ଗବୈଃ।

ତତମାନଦ୍ଧମିତ୍ୟେବଂ ସୁଷିରଂ ଘନମେବ ଚ ୧୯

ତତଂ ବାଦ୍ୟଂ ଚ ଦେବାନାଂ ଗନ୍ଧର୍ବାଣାଞ୍ଚ ସୌଷିରମ୍‌।

ଆନଦ୍ଧଂ ରାକ୍ଷସାଣାଞ୍ଚ (୩୧) କିନ୍ନରାଣାଂ ଘନଂ ବିଦୁଃ ୨୦।।

୨୬. ମଧୁରଂ - ଗ, ୨୭. ପ୍ରକାର - ଗ, ୨୮. କାନ୍ତ୍ୟା - ଗ, ୨୯. କୁରରୀ - ଗ, ୩୦. ମୁକ୍ତଭରଣ - ଗ, ୩୧. ମାନବାନାଂ - ଗ।

ତତଂ ବୀଣାଦିକଂ ବାଦ୍ୟମାନଦ୍ଧଂ ମୁରଜାଦିକମ୍‌।

ବିଶେଷଲକ୍ଷଣଂ ତେଷାଂ ନୋକ୍ତଂ ବିସ୍ତରଶଦ୍ଧଂୟା ୨୧

ସୁଧିୟାଂ ପରିତୋଷାୟ ବୋଧାୟାଳ୍ପଧିୟାଂ ତଥା।

ସ୍ୱରାଦୀନାଂ ଲକ୍ଷଣଂ ଚ ସଂକ୍ଷେପେଣ ମୟୋଦିତମ୍‌ ୨୨

ସଂଗୀତକୌମୁଦୀ ଚେୟମଜ୍ଞାନତିମିରାନ୍ତକୃତ୍‌

ସଂଗୀତବିଦ୍ୟାକୁମୁଦମୋଦିନୀ କଂ ନ ମୋଦୟେତ୍‌ ୨୩

ଇତି ସଂଗୀତକୌମୁଦ୍ୟାଂ ନୃତ୍ୟନିରୂପଣୋ ନାମାଷ୍ଟମଃ ପାଦଃ

ସମାପ୍ତୋଽୟଂ ଗ୍ରନ୍ଥଃ

MUS-୧୯ ‘ଗ’ ପୋଥିଶେଷରେ ଥିବା ପୁଷ୍ଟକା - ଶ୍ରୀବୀରକେଶରୀଦେବସ୍ୟ ତୁ ପଞ୍ଚାଙ୍କେ ଋଷଭଦିନେ ଗୁରୁବାସରେ ତୁଙ୍ଗ ଗୋବିନ୍ଦ ଦକ୍ଷିଣରାୟ ମହାପାତ୍ର କବିନା ଲିଖିତଂ ପୁସ୍ତକଂ ଶୁଭେ।